ମାଲବାହୀ ଟ୍ରେନ ଧକ୍କାରେ ଆମ୍ବୁଲାନ୍ସ ଚୁର୍‌ମାର୍‌ : ଅଳ୍ପକେ ବର୍ତିଲେ ୬ ରୋଗୀ

  • ସାହସର ସହ ଉଦ୍ଧାର କଲେ ଆଶାକର୍ମୀ ଇନ୍ଦିରା ମାଣ୍ଡିକା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଟ୍ରେନ ଧକ୍କାରେ ଆମ୍ବୁଲାନ୍ସ ଚୁର୍‌ମାର୍‌, ଅଳ୍ପକେ ବର୍ତିଲେ ୬ ଜଣ । ଆଜି ଅନନ୍ତ ଆଇ ହସ୍ପିଟାଲ ମାଧ୍ୟମରେ ଆଖି ନଷ୍ଟ ହୋଇଥିବା ମହିଳା ଓ ପୁରୁଷଙ୍କୁ ରାୟଗଡା ନେବା ସମୟରେ ଏମିତି ଏକ ଘଟଣା ଘଟିଥିଲା । ଘଟଣା ଘଟିଥିଲେ ମଧ୍ୟ ଇନ୍ଦିରା ମାଣ୍ଡିକାଙ୍କ ଉପସ୍ଥିତ ବୁଦ୍ଧି ଦ୍ୱାରା ସମସ୍ତଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛି । ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କଂଜାମଯୋଡି ଗ୍ରାମ ନିକଟରେ । ତିନିଜଣ ଆଖି ରୋଗୀ ଏକ ଅସମ୍ବୁଲାନ୍ସ ମାଧ୍ୟମରେ ଆଖି ପରୀକ୍ଷା କରିବା ପାଇଁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଗ୍ରାମରୁ ମାତ୍ର ପାଞ୍ଚଶହ ମିଟର ଯିବାପରେ କେଆର୍‌କେ ରେଳ ଲାଇନ । ସେହି ରେଳ ଲାଇନରେ ଫାଟକ ନଥିବାରୁ ମେଟାଲ ପକାରାସ୍ତାରେ ଆମ୍ବୁଲାନ୍ସ ଯିବା ସମୟରେ ରେଳଟ୍ରାକରେ ଆମ୍ବୁଲାନ୍ସ ଚକା ପଶିଯାଇଥିଲା । ଆମ୍ବୁଲାନ୍ସ ସେଠାରେ ଅଟକିଯାଇଥିଲା । ଦୂରରୁ ଟ୍ରେନ ହର୍ଣ୍ଣ ଶୁଣି ଆଶାକର୍ମୀ ଇନ୍ଦିରା ମାଣ୍ଡିକା ଗାଡି ଭତରେ ବସିଥିବା ସମସ୍ତ ଆଖି ରୋଗୀଙ୍କୁ ବାହାର କରି ଦେଇ ଡ୍ରାଇଭରଙ୍କୁ ବାହାର କରିବା ସମୟରେ ମାଲବାହୀ ଟ୍ରେନ ନିକଟତର ହେବାରୁ ଆଶା କର୍ମୀ ଉଠିଯାଇଥିଲେ । ଆମ୍ବୁଲାନ୍ସକୁ ପ୍ରାୟ ଶହେ ମିଟର ଦୁରକୁ ଘୋଷାଡ଼ି ନେଇଯାଇଥିଲା ଟ୍ରେନ । ପରେ କିଛିଲୋକ ଆସି ଡ୍ରାଇଭରଙ୍କୁ ଗାଡ଼ିରୁ ବାହାର କରିଥିଲେ । ଗାଡ଼ିରେ ଡ୍ରାଇଭର ଓ ଡ଼କ୍ଟରଙ୍କ ସହ ତିନିଜଣ ସାରାକା ସାୟା, ସାଲୁ ମିଣିଆକା, ଆଶାକର୍ମୀ ବସିଥିଲେ । ଘଟଣାର ଖବର ପାଇ ରେଳବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.