ଦିଗପହଣ୍ଡି କୁଶପଡା ଗ୍ରାମ ପଞ୍ଚାୟତର ପତାଣ୍ଡ ଭାଗବତ ଭବ୍ୟମନ୍ଦିର ପ୍ରତିଷ୍ଠାରମ୍ଭ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ ପଞ୍ଚାୟତର ପତାଣ୍ଡ ଠାରେ ଭାଗବତ ମନ୍ଦିର ପ୍ରତିଷ୍ଠା ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଶିକ୍ଷାଗ୍ରହଣ ସହ ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଅଙ୍କୁରାରୋପଣ ଅଧିବାସ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ ସୂଚନା ଦେଇଥିବାରୁ ସକାଳୁ ଶତାଧିକ ଶ୍ରଦ୍ଧାଳୁ ଘୋଡାହାଡ ନଦୀ କୁଳ ମୈାଳାଭଣଜା କଳସ ଯାତ୍ରାରେ ଆସିଥିବା ବେଳେ ଦୈନିକ ଅନ୍ନ ଯଜ୍ଞ ହେଉଥିବା ପତାଣ୍ଡ ଭାଗବତ ଅଧିକାରୀ ଜେ.ସହଦେବ ଦୋରା ଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଭବ୍ୟ ଭାଗବତ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ । ଏହା ଆସନ୍ତା ୯ ତାରିଖରେ ପୂର୍ଣ୍ଣାହୁତି ହେବ ବୋଲି କମିଟୀ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ରାମହରି ଦୋରା, ଶ୍ୟାମଘନଦୋରା, ବଚ୍ଛା ମନୋଜ ଦୋରା, ପୂର୍ଣ୍ଣ ଦୋରା ଓ ପଣ୍ଡିତ ମଣ୍ଡଳୀ ମଧ୍ୟରେ ସୋମ୍ୟମିଶ୍ର, ଆଦିତ୍ୟ ରଥ, ସରୋଜ ପଣ୍ଡା ପ୍ରମୁଖଙ୍କ ସହ ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.