oom

ବୁଡାମାଲ ଠାରେ ନାବାର୍ଡ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ଗାୟତ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ ହୋଇଯାଇଛି । ନାବାର୍ଡ ବରଗଡ଼ ଜିଲ୍ଲା ପ୍ରବନ୍ଧକ ହଟ କିଶୋର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଗୋଲି ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମହିଳା ପରିଦର୍ଶିକା ରୁଟ ସୁନା, ସୁଷମା ନନ୍ଦ, ଯଶୋବନ୍ତି ସାହୁ, ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ନିଳୀମା ରାଣୀ ମହାନ୍ତି, ଏଲ୍‌.ଡି.ଏମ୍‌ ମହେଶ୍ୱର ସାହୁ, ଦେବଦତ୍ତ କ୍ଲବ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ସମ୍ପାଦକ କାହ୍ନୁ ଚରଣ ମାଝି, କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ନାବାର୍ଡ ଜିଲ୍ଲା ପ୍ରବନ୍ଧକ ଶ୍ରୀ ବେହେରା ନାରୀ ମାନଙ୍କ ତ୍ୟାଗ, ସେବା ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ବିଶ୍ଵ ମହିଳା ଦିବସ ପାଳନ କରାଯାଇଥାଏ । ମୁଖ୍ୟ ଅତିଥି ଶ୍ରୀମତୀ ରାଉତ ନାରୀ ଏବେ ଅବଳା ଆଉ ଦୁର୍ବଳା ନୁହଁ ସେ ଶକ୍ତିର ସ୍ରୋତ ଆଉ ପ୍ରଗତିର ପଥରେ ଚାଲିବା ସିଖିଲାଣି । ଆଜିକାଲିର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନେ ସମାଜର ଏରୁଣ୍ଡି ବନ୍ଧ ଡେଇଁ ସମାଜର ନେତୃତ୍ୱ ନେବା ଉଚିତ୍, ମହିଳା ମାନଙ୍କ ନେତୃତ୍ୱରେ ଯେପରି ପରିବାରର ଉନ୍ନତି ସାଧନ ହୋଇଥାଏ ସେହିଭଳି ଭାବେ ମହିଳାମାନେ ସମାଜର ନେତୃତ୍ୱ ନେଲେ ସମାଜର ଉନ୍ନତି ସାଧନ ହେବା ସହ ଗ୍ରାମାଞ୍ଚଳରୁ ଆରମ୍ଭ କରି ବିଶ୍ୱସ୍ତର ପର୍ଯ୍ୟନ୍ତ ଆଗକୁ ବଢ଼ି ପାରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ୧୦ ଜଣଙ୍କୁ ଅଗ୍ରଣୀ ଉଦ୍ୟୋଗୀ ମହିଳା ଭାବରେ ସମ୍ମାନିତ କରାଯାଇଥିଲା । ଏହା ପରେ ହୁଳହୁଳି ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳା ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥିମାନେ ସମ୍ମାନିତ କରିଥିବା ବେଳେ ଶେଷରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.