oom

ଭିନ୍ନକ୍ଷମ ବିଦ୍ୟାଳୟରେ ୨ ଦିନିଆ ବ୍ଲକସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

jsmm

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସର ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତତ୍ତ୍ୱବଧାନରେ ଦୃଷ୍ଟିହୀନ ବିଦ୍ୟାଳୟ, ମାନସିକ ଅନଗ୍ରସର ଓ ଶ୍ରବଣ ବାଧିତ ବିଦ୍ୟାଳୟର ମିଳିତ ସହଯୋଗରେ ୨ ଦିନିଆ ବ୍ଲକସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ଜଙ୍ଗଲ ବିଭାଗ ରେଞ୍ଜର ସାଗରରାଜ ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଜେୟୁ ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା, ବ୍ଲକ ସାମ୍ବାଦିକ ସଂଘ ସଭାପତି ନାରାୟଣ ସାହୁ, ବିଦ୍ୟାଳୟ ଅଧ୍ୟକ୍ଷ ଦେବାନନ୍ଦ ସାହୁ, ବୁଲୁଶ୍ରୀ କମଳାକାନ୍ତ ଶତପଥି, ସନ୍ତୋଷ ଜେନା, ଶିକ୍ଷକ ସମୀର ନାୟକ ପ୍ରମୁଖ ଯୋଗଦାନ କରି କ୍ରୀଡା ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବିଜେତା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ । ଏହି କ୍ରୀଡାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ କ୍ରୀଡାକୁ ନୋଡାଲ ଅଫିସର ଉମାକାନ୍ତ ଷଡ଼ଙ୍ଗୀ, ସୁଶାନ୍ତ ବେହେରା, ଝସକେତନ ସାହୁ, ମାନସ ରଞ୍ଜନ ଦଳବେହେରା, ରାଜେଶ ସ୍ୱାଇଁ, ସ୍ନିଗ୍ଧାରାଣୀ ହନୁମାନ, ରଜତ ସରାଫ, ଅଜିତ ସାହୁ, ଆଭାସ ପ୍ରଧାନ ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ ଶିକ୍ଷକ ଧନେଶ୍ୱର ଦାସ ଓ ଶେଖ ଅଲ୍ଲୀ ଆକବର ହୁସେନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବରେ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରି ପୁଷ୍ପାଞ୍ଜଳୀ ଦାସ, ପ୍ରତିଭା ବେହେରା, ବାଣୀଶ୍ରୀ ମିଶ୍ର, ତପସ୍ୱନୀ ଦାସ, ସାନୁଜା ଦେହୁରୀ, ଅଭିପସା ପାଣିଗ୍ରାହୀ, ଝୁନିଲତା ମହାପାତ୍ର, ଚପଲିନ ପ୍ରଧାନ, ସଞ୍ଜୟ ସିଂ, ଶ୍ରୀକାନ୍ତ ମିଶ୍ର, ମହିଧର ପାତ୍ର,, ଶିଶିର ସାହୁଙ୍କ ସମେତ ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରି, ସଇଁତଲା କଲେଜର ଜାତୀୟ ସେବା ଶିବିର ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.