ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଯାଇଛି । ଏହି ବଜେଟ ଏପ୍ରିଲ ୫ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ । ସେହିପରି ମାର୍ଚ୍ଚ ୨୯ ତାରିଖରେ ବିଧାନସଭାରେ ସରକାର ବ୍ୟୟ ମଞ୍ଜୁରି ବିଲ୍ ଉପସ୍ଥାପନା କରିବେ । ଏପଟେ ଗୃହରେ ରଣହୁଙ୍କାର ଛାଡ଼ିବାକୁ ପ୍ରସ୍ତୁତ ବିଜୁ ଜନତା ଦଳ । ବିଜୁବାବୁଙ୍କୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ । ଧାନ ମଣ୍ଡିରେ ଅବ୍ୟବସ୍ଥା, ଆଇନଶୃଙ୍ଖଳା, ପଞ୍ଚାୟତିରାଜ ଦିବସରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ନକରିବା ଆଦି ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିବ ବିଜେଡି । ସେପଟେ ଶାସକ ବିଜେପି ମଧ୍ୟ ପାଲଟା ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇରହିଛି । ଆତ୍ମରକ୍ଷା ବଦଳରେ ଦଳ ପୂରା ଆକ୍ରମଣ ମୁଦ୍ରାରେ ରହିବ ।