ବଲାଙ୍ଗିର : ଦୁଇ ପରିବାର ଭିତରେ ଗଣ୍ଡଗୋଳ । ମାରପିଟ୍ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଶ୍ୟାମବାଗ ଏବଂ ହତ୍ୟାକାରୀ ରୁପା ରଣା ବୋଲି ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଆଠଗାଁରେ ଏଭଳି ଘଟଣା ଘଟିଛିସୂଚନା ଅନୁସାରେ ତୁଷୁରା ଥାନା ଅନ୍ତର୍ଗତ ଆଠଗାଁରେ ଦୁଇ ପରିବାରଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଦୁଇ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହେଇଥିଲା । ମାରପିଟ୍ ଭିତରେ ରୁପା ରଣା ନାମକ ଯୁବକ ଶ୍ୟାମବାଗଙ୍କୁ ଆକ୍ରମଣ କରିଥିଲା । ଏଥିରେ ଶ୍ୟାମବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ମାରପିଟ୍ରେ ଆଉ ୪ ଜଣ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ତୁଷୁରା ଥାନା ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ବଲାୟଙ୍ଗିର ଭୀମଭୋଇ ମେଡିକାଲକୁ ପଠାଇଛି । ଏହା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇଛି । ଏଥି ସହିତ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛି ପୋଲିସ ।
Prev Post
Next Post