ରାତିରେ ବୁଲୁଛି ଖଣ୍ଡା ଲୋକେ ଆତଙ୍କିତ

ଭୁବନେଶ୍ୱର : ପୁଣି ଅଶାନ୍ତ ରାଜଧାନୀ । ରାତିରେ ବୁଲୁଛି ଖଣ୍ଡା । ଲୋକେ ଆତଙ୍କିତ । ଭୁବନେଶ୍ୱର ସହିଦ ନଗର ସ୍ଥିତ ପଥରବନ୍ଧ ବସ୍ତିରେ ରାତି ତମାମ ୩ ଜଣ ଯୁବକ ଆତଙ୍କ ଖେଳାଇଛନ୍ତି । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିବା ସହ ନିଜର ପତିଆରା ଜାହିର କରିଛନ୍ତି । ଯାହାକୁ ପାରିଲେ ହାଣିଲେ ଆଉ ବାଡେଇଲେ । ବାଟରେ ଯାଉଥିବା ଲୋକ ବି ଏମାନଙ୍କ ଆକ୍ରମଣରୁ ବର୍ତ୍ତିନାହାନ୍ତି ।ଶେଷରେ ଠିଆ ହୋଇଥିବା ଅଟୋକୁ ବାଡେଇ ଗୁଣ୍ଡ କରି ଦେଇଛନ୍ତି । ଖଣ୍ଡା ବୁଲାଇବା ଓ ମାର୍‌ପିଟ୍‌ର ଭିଜୁଆଲ ସାମ୍ନାକୁ ଆସିଛି । ରାତି ସାରା ଆତଙ୍କ ଖେଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୩ ଯୁବକ । ଅସାମାଜିକ ଯୁବକଙ୍କ ଏପରି କାଣ୍ଡ ଦେଖି ଭୟଭୀତ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ । ପୋଲିସରେ ଅଭିଯୋଗ ପରେ ୩ ଯୁବକଙ୍କୁ ଖୋଜୁଛି ସହିଦ ନଗର ଥାନା ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଉଛି । ବସ୍ତିରୁ ୩ ଯୁବକଙ୍କୁ ତଡିପାର୍‌ କରିବାକୁ ଯୋଜନା କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ସ୍ଥାନୀୟ କର୍ପୋରେଟରଙ୍କ ସହ ଲୋକଙ୍କ ଆଲୋଚନା ହୋଇଛି ।

Leave A Reply

Your email address will not be published.