centurian jitm

ପୂର୍ବତନ କ୍ରିକେଟର ପଦ୍ମାକାର ଶିବଲକରଙ୍କ ପରଲୋକ

nschool

ମୁମ୍ବାଇ : ପ୍ରସିଦ୍ଧ ବାମହାତୀ ସ୍ପିନର ପଦ୍ମାକର ଶିବଲକରଙ୍କର ସୋମବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ତାଙ୍କର ୨୬ ବର୍ଷ କ୍ରିକେଟ କ୍ୟାରିୟର ମଧ୍ୟରେ ସେ ୧୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫୮୯ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।୧୯୬୧/୬୨ ସିଜନର ସେ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ । ୧୯୮୭/୮୮ ସିଜନ ଖେଳି ୪୮ ବର୍ଷ ବୟସରେ ସେ ଅବସର ନେଇଥିଲେ । ଅବସର ପରେ ସ୍ପିନ ବୋଲିଂ କୋଚ୍ ଭାବେ କାର୍ଯ୍ୟ କରିଥିଲେ । ପରେ ମୁମ୍ବାଇ କ୍ରିକେଟ ଚୟନ କମିଟି ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । କେବଳ ରଣଜୀ ଟ୍ରଫିରେ ସେ ୩୬୧ଟି ୱିକେଟ ନେଇଛନ୍ତି । କ୍ରିକେଟ କ୍ୟାରିୟରରେ ସେ ୬୦୫ ୱିକେଟ ନେଇ ବି ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନଥିଲା । ୨୨ ବର୍ଷ ବୟସରେ ରଣଜୀରେ ପଦାର୍ପଣ କରିଥିଲେ । ୪୮ ବର୍ଷ ଯାଏ ରଣଜୀ ଖେଳିବା ଜାରି ରଖିଥିଲେ । ଶିବଲକର ୧୨ଟି ଲିଷ୍ଟ ଏ ମ୍ୟାଚ ଖେଳି ୧୬ଟି ୱିକେଟ ନେଇଥିଲେ । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି ବିସିସିଆଇ

Leave A Reply

Your email address will not be published.