oom

ଖପ୍ରାଖୋଲ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଉପରେ କେଉଁ ବଡ ପଣ୍ଡାଙ୍କ ହାତ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ଜଣେ ସରକାରୀ ବାବୁ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରି ଦୀର୍ଘ ୭ ବର୍ଷଧରି ଏକ ସରକାରୀ ଚୌକି ମାଡି ବସିଥିବା ଅଭିଯୋଗ ହେଉଛି । ତାହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବାବୁ ଜଣକ ୭ ବର୍ଷ ରହିବା ପରେ ଏବେ ପଦୋନ୍ନତି ପାଇ ସହକାରୀ ଯନ୍ତ୍ରୀ ଭାବେ ଅନ୍ୟତ୍ର ଯିବା ପାଇଁ ସଜବାଜ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବାବୁ ଜଣକ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଠାରୁ କ୍ଲାସ ୱାନ ଅଫିସର ପର୍ଯ୍ୟନ୍ତ ବସ ଉଠ ହେଉଥିବା ମଧ୍ୟ ଚର୍ଚ୍ଚା ଚାଲିଛି । ତାଙ୍କର ଦୁର୍ନୀତି ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବିଗତ ସରକାର ଥିବା ସମୟରେ ବିଦ୍ୟାଳୟ ମାନଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ୫-ଟି କାର୍ଯ୍ୟ ଠୁ ଆରମ୍ଭ କରି ବଦଳି କିଭଳି ହେଉ ନାହିଁ, ଏହି କନିଷ୍ଠ ଯନ୍ତ୍ରୀଙ୍କ ପଛରେ କେଉଁ ବଡ ପଣ୍ଡାଙ୍କ ହାତ ରହିଅଛି ତାହା ତଦନ୍ତ ସାକ୍ଷେପ ହୋଇଛି । କନିଷ୍ଠ ଯନ୍ତ୍ରୀଙ୍କ ପୂର୍ବରୁ କେତେ କେତେ କନିଷ୍ଠ ଯନ୍ତ୍ରୀ ସହକାରୀ ଯନ୍ତ୍ରୀଙ୍କ ବଦଳି ହେଉଥିବା ବେଳେ ବାବୁ ଜଣକଙ୍କର କିଭଳି ବଦଳି ହେଉ ନାହିଁ ତାହା ଭିଜିଲାନ୍ସ ତଦନ୍ତ କରାଗଲେ କୋଟିପତି କନିଷ୍ଠ ଯନ୍ତ୍ରୀଙ୍କ କଳା କାରନାମା ଲୋକ ଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ନିରୀହ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଧରା ପଡୁଥିବା ବେଳେ ଏହି କୋଟିପତି କନିଷ୍ଠ ଯନ୍ତ୍ରୀଙ୍କୁ କିଭଳି ଭିଜିଲାନ୍ସ ଅଣ ଆଢୁଆଳରେ ରଖିଛି ତାହା ମଧ୍ୟ ପ୍ରଶ୍ନ ଉଙ୍କିମାରୁଛି । ବାବୁ ଜଣକ କୁଆଡେ ସପ୍ତାହ ଦୁଇ ସପ୍ତାହରେ ନିଜ ଘରକୁ ବ୍ୟାଗଭର୍ତ୍ତି କରି ନେଇକି ଯାଆନ୍ତି ବୋଲି ଖପ୍ରାଖୋଲ ଅଞ୍ଚଳରେ ଚର୍ଚ୍ଚା ଆଗରୁ ଚାଲିଛି । କିଛି ମାସ ଆଗରୁ ତାଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି କରିବାକୁ ପଞ୍ଚାୟତବାସୀ ଲେଖିକି ଉପର ଅଧିକାରୀଙ୍କୁ ଦେଇଥିବା ମଧ୍ୟ ସୂଚନା ମିଳିଥିଲା । ବାବୁ ଜଣଙ୍କ ନିଶ୍ଚିତ ଜଣେ କୋଟିପତି ହୋଇଥିବେ ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ଦୀର୍ଘ ବର୍ଷ ହେଲା ମାଡ଼ିବସିଥିବା ଚୌକିରେ ଏହି ବାବୁ ଜଣଙ୍କ କିଏ ସେକଥା କେବଳ ଭିଜଲାନ୍ସ ଦ୍ୱାରା ହିଁ ଜଣାପଡିବ ବୋଲି ଜନସାଧାରଣ ଦାବି କରିଥିବା ବେଳେ ଦୀର୍ଘ ବର୍ଷ ବର୍ଷ ଧରି କେଉଁ ପରିସ୍ଥିତିରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ନିଜର ପଦପଦବୀ ପାଇଁ ରାଜନୈତିକ ନେତୃବୃନ୍ଦଙ୍କ ସାହାରା ନେଇ ଅଥବା ବିଭାଗୀୟ ଅଧିକାରୀଙ୍କୁ ହାତବାରିସୀ କରି ରହି ଆସୁଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇପଡିଛି ।

jittmm
Leave A Reply

Your email address will not be published.