jsm

ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଧାରଣା ଓ ବିକ୍ଷୋଭ

csstore

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପେଲେସ ଲାଇନ ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଧାରଣା ଓ ବିକ୍ଷୋଭ । ଏକତା ମଞ୍ଚ ପକ୍ଷରୁ ହିରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଉପ ସଭାପତି ପବିତ୍ର ଖୁଣ୍ଟିଆଙ୍କ ନେତୃତ୍ଵରେ ଶହ ଶହ ବିଦ୍ୟୁତ କର୍ମଚାରୀ ଧାରଣାରେ ସାମିଲ ହୋଇଥିଲେ । ଟିପିଡବ୍ଲୁଓଡିଏଲ୍‌ର ମନମୁଖି କାର୍ଯ୍ୟକୁ ଶ୍ରୀ ଖୁଣ୍ଟିଆ ଘୋର ନିନ୍ଦା କରିଥିଲେ । ୧୧ତମ ମଜୁରୀ ନିର୍ଦ୍ଧାରଣର ନୂତନ ଦରମା ଲାଗୁ ସହିତ ଅନୋମାଲିର ସମସ୍ତ ବକେୟା ତୁରନ୍ତ ପ୍ରଦାନ କରିବା ପାଇଁ ଆଜିଠାରୁ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଧାରଣା ଦେବା ସହ ଆଗାମୀ ଦିନରେ ଦାବୀ ପୂରଣ ନହେଲେ ୭ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଓ ବିକ୍ଷୋଭ କରିବା ପାଇଁ ଚେତାବନୀ ଦେଇଛନ୍ତି । ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଧାରଣା ଓ ବିକ୍ଷୋଭରେ ପଶ୍ଚିମାଞ୍ଚଳ ବିଦ୍ୟୁତ ଶ୍ରମିକ ମହାସଂଘର ଜ୍ୟୋତିରଞ୍ଜନ ମହାନ୍ତି ତଥା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବଲାଙ୍ଗିର ଡିଭିଜନ ସଂପାଦକ ଉଦ୍ଧବ କରନ, ବରିଷ୍ଠ ଲାଇନମ୍ୟାନ କଷ୍ଠୁ ବେହେରା, ଅମିତ ପଶାୟତ, ସମ୍ବିତ ପଣ୍ଡା, ପଦ୍ମନ ଡାକୁଆ, ସୁରେନ୍ଦ୍ର ସେଟ୍, ବିଜୟ ମହାପାତ୍ର, ଲଳିତ ଦାଶ, ରାହୁଲ ନାଏକ, ଅମିତାଭ ଦାଶ, ପ୍ରଶାନ୍ତ ଖଟୁଆ, ଗୋକୁଲ ହାତୀ, ସୁନୀଲ ବାରିକ, ସୂର୍ଯ୍ୟକାନ୍ତ ଦାଶ, କୈଳାସ ବିଶ୍ୱାଳ ସୁରେଶ ଭୋଇ, ତ୍ରିଲୋଚନ ସାହୁ, କମଳାକାନ୍ତ ରାଉତ, କିଶୋର ବେହେରା, ଶ୍ରୀଧର ପଣ୍ଡା, ଅଶୋକ ସାହୁ, ରମେଶ ସାହୁ, ଶେଷବିନ୍ଦୁ ପ୍ରଧାନ, ହରିହର ପଧାନ ପ୍ରମୁଖ ବିଦ୍ୟୁତ କର୍ମଚାରୀ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.