ବାଙ୍କୀ : କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ସୋମବାର ବାଙ୍କୀ ବ୍ଲକରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବାଙ୍କୀ ବ୍ଲକର ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବିଭିନ୍ନ ଅଭିଯୋଗ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି, ରାଜସ୍ଵ, ଫୌଜଦାରୀ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ବିଭିନ୍ନ ସମସ୍ୟା ସମ୍ପକିତ ମୋଟ ୧୦୩ଟି ଅଭିଯୋଗର ଜନଶୁଣାଣି କରି ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଭିଯୋଗ ଶୁଣାଣି ଶିବିରରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶିବୋ ଟପ୍ପୋ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କଟକ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼. ପ୍ରଶାନ୍ତ କୁମାର ହୋତା, ବାଙ୍କୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ବିଡିଓ, ତହସିଲଦାର, ବାଙ୍କୀ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଜିଲ୍ଲା ଓ ଉପଖଣ୍ଡର ସମସ୍ତ ଅଧିକାରୀଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ।
Prev Post
Next Post