oom

ଲୋକ ପ୍ରହସନ ପାଲଟିଛି ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଜନ ଶୁଣାଣି ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ ସମୀକ୍ଷା ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ସୁନୀଲ ମେହେର, ଜିଲ୍ଲା ସାମାଜିକ ସମୀକ୍ଷକ ଅମିତାଭ ମଣ୍ଡେଳୀ, ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ବିଧାୟକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, ଜିପିଡିଓ ପରମେଶ୍ୱର ନାଏକ ଯୋଗ ଦେଇଥିଲେ । ଏ ଅବସରରେ ସାମ୍ବାଦିକ ତଥା ବ୍ଲକ ସାମାଜିକ ସମୀକ୍ଷକ ଅଭୟ ତ୍ରିପାଠୀ ମନରେଗା ସମ୍ପର୍କିତ ବିବରଣୀ ପଠନ କରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉକ୍ତ ବୈଠକରେ ଜବ୍‌ କାର୍ଡଧାରୀ, ନିର୍ବାଚିତ ପ୍ରତିନିଧି, ଏସ୍‌ଏଚ୍‌ଜି ଗ୍ରୁପର ସଭ୍ୟାମାନେ ଉପସ୍ଥିତ ରହିବା ପାଇଁ ଗ୍ରାମରେ ଡେଙ୍ଗୁରା ଓ ନୋଟିସ ଦେବା ନିୟମ ରହିଥିବା ବେଳେ କୌଣସି ପଞ୍ଚାୟତରେ ତାହା କରାଯାଉ ନାହିଁ । ଫଳରେ କୌଣସି ଲୋକ ବୈଠକ ବିଷୟରେ ଜାଣି ନ ପାରି ଆସନ୍ତି ନାହିଁ । ଅନେକ ପଞ୍ଚାୟତରେ ଜବ୍‌କାର୍ଡଧାରୀ ଶ୍ରମିକ କାର୍ଯ୍ୟ ନ କରି ମେସିନ ମାଧ୍ୟମରେ କାର୍ଯ୍ୟ କରାଯାଇଥିଲେ ମଧ୍ୟ ସେମାନଙ୍କ ନାମରେ ଟଙ୍କା ଉଠାଣ କରାଯାଉଛି । କାମ କରି ନ ଥିବା କଥା ଶ୍ରମିକମାନେ ସ୍ୱୀକାର କରୁଥିବା ବେଳେ ସମୀକ୍ଷାରେ ମଧ୍ୟ ତାହା ଠିକ୍‌ ବୋଲି ଦର୍ଶାଯାଉଛି । ଅନେକ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ଭତ୍ତା ଦିଆଯାଉଥିବା ଅଭିଯୋଗ ହେଉଥିବାବେଳେ ପ୍ରମାଣ ପାଇଲେ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିୟମ ଥିଲେ ମଧ୍ୟ ସାମାଜିକ ସମୀକ୍ଷାରେ ତାହା ପ୍ରତିଫଳିତ ହେଉ ନାହିଁ । ଦୁଃଖର କଥା ପାଖାପାଖି ଛଅ ମାସରେ ୧୦ କୋଟି ଟଙ୍କାର ସାମାଜିକ ସମୀକ୍ଷା ହେଉଥିବା ବେଳେ କେବଳ ଛଅ ଜଣ ଶ୍ରମିକ, ଜଣେ ସରପଞ୍ଚ ଓ ଜଣେ ସମିତି ମେମ୍ବର ଛାଡି ଅନ୍ୟ କେହି ଯୋଗଦେଇ ନଥିଲେ । ସରକାରୀ ବାବୁ ଓ କର୍ମଚାରୀ ଯନ୍ତ୍ରୀମାନେ ସମୀକ୍ଷା କରି ୧୦ କୋଟି ସାରିଦେଲେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ଏନେଇ ଉପଜିଲ୍ଲାପାଳ ଶ୍ରୀ ମେହେରଙ୍କୁ ପଚାରିବାରୁ ସମସ୍ତଙ୍କୁ ତାଗିଦ କରିଛି ଆଗାମୀ ଜନ ଶୁଣାଣି ଶିବିର ମାନଙ୍କରେ ନିଶ୍ଚୟ ସମସ୍ତେ ଉପସ୍ଥିତ ରହିବେ ବୋଲି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.