ବନାଗ୍ନି ନିବାରଣ ସଚେତନ କାର୍ଯ୍ୟକ୍ରମ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ ବନଖଣ୍ଡ ମୁନିଗୁଡ଼ା ରେଞ୍ଜ ଅମ୍ବାଦଳା ସେକ୍ସନ ପକ୍ଷରୁ ବନଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ବନାଗ୍ନୀ ନିବାରଣ ଓ ଲଘୁ କରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅମ୍ବାଦଳା ବନପାଳ ଅଧିକାରୀ ମାଝୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁନିଗୁଡ଼ା ରେଞ୍ଜର ଅନିଲ କୁମାର ବାଲା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅମ୍ବାଦଳା ଥାନା ଏସ୍‌ଆଇ ବିନୋଦ କୁମାର ବିଶ୍ୱାଳ, ଅମ୍ବାଦଳା ସରପଞ୍ଚ ଚଞ୍ଚଳା ମାଝୀ, ଅମ୍ଲାଭଟା ସରପଞ୍ଚ ଗୁରୁବାରି ଭୋଇ, ଘମଟଗୁଡ଼ା ପଞ୍ଚାୟତ ସରପଞ୍ଚ ଅନନ୍ତ ନୁଣ୍ଡରୁକା, ଶିବପଦର ପଞ୍ଚାୟତ ସରପଞ୍ଚ ପ୍ରକାଶ କର୍ଶିକା ଯୋଗଦେଇଥିଲେ । ପ୍ରଥମେ ବନ ବିଭାଗ କାର୍ଯ୍ୟଳୟ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ସିଆରପି, ଏମବିକେ , ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ,ଡାଙ୍ଗବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ । ପରେ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବନ ସୁରକ୍ଷା ସହ ଜଙ୍ଗଲକୁ ନିଆ ଦାଉରୁ ରକ୍ଷା କରିବା ପାଇଁ ଅତିଥି ଏବଂ ବିଭାଗର ଅଧିକାରୀ ମାନେ ସଚେତନତା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅମ୍ବାଦଳା ବନବିଭାଗ କର୍ମଚାରୀ ଫରେଷ୍ଟ ଗାର୍ଡ ଶର୍ମିଷ୍ଠା ବଡଜେନା, ବିଦ୍ୟାଧର ପାଣ୍ଡେ, ମୁନିଗୁଡା ଫରେଷ୍ଟ ଗାର୍ଡ ନମିତା ବିଡିକା, ପାର୍ଟନର ଏନଜିଓ ବିଘ୍ନରାଜ ମିଶ୍ର ଓ ରମାକାନ୍ତ ଦାସ, ନିକଟତମ ଗ୍ରାମର ଭିଏସ୍‌ଏସ୍‌ ସଭାପତି ଓ ପାଞ୍ଚ ଜଣ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ୨୦ ଜଣ ଗଜସାଥୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.