ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ କବିସୂର୍ଯ୍ୟନଗର ଏନ.ଏ.ସି. ଅଧ୍ୟକ୍ଷାଙ୍କ ଉପରେ ଆସିଲା ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁବ୍ୟବହାର ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଏନେଇ ତାଙ୍କରି ନାମରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବା ନିମନ୍ତେ ୧୫ ଜଣ କାଉନସିଲରମାନେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଅନାସ୍ଥା ପ୍ରସ୍ତାବ ଉଠାଇଛନ୍ତି । ଏମାନଙ୍କ କହିବା ମୁତାବକ ଅଭିଯୋଗ ଏହି କି ଯେ, ପ୍ରତି ମାସରେ ଅଧ୍ୟକ୍ଷା ସାଧାରଣ ବୈଠକ ଡାକୁନଥିବା କାଉନସିଲ ବୈଠକରେ ଗୃହୀତ ପ୍ରସ୍ତାବର ନକଲ ବୈଠକର ତିନି ଦିନ ମଧ୍ୟରେ କାଉନସିଲ୍‌କୁ ନ ଦେବା, ସେ କୌଣସି କମିଟି ଗଠନ କରି ନ ଥିବା, ୨୦୨୩-୨୦୨୪ ଓ ୨୦୨୪-୨୦୨୫ ଏହି ଦୁଇ ବର୍ଷର ବଜେଟ ମଞ୍ଜୁରୀ ନ କରି ପରିଷଦର ଅର୍ଥ କାରବାର କରିଚାଲିଥିବା, ଟେଣ୍ଡର ନ କରି ଏକ ସଂସ୍କାକୁ କ୍ରମାଗତ ଭାବେ ତିନି ବର୍ଷ ପର୍ଯ୍ୟନ୍ତ ସହର ପରିମଳ କାର୍ଯ୍ୟ କରିବା ପାଇଁ ବେଆଇନ ଆଦେଶ ଦେଇ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରିଚାଲିଛନ୍ତି ବୋଲି ୧୫ ଜଣ କାଉନସିଲରମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏପରିକି ସହରର ଉନ୍ନୟନ କାର୍ଯ୍ୟ କାଉନସିଲ ବୈଠକରେ ମଞ୍ଜୁରନ କରି ଅଧ୍ୟକ୍ଷା ତାଙ୍କ ମନ ଇଚ୍ଛାଶାସନ କରି ନିଜ ସମ୍ପର୍କୀୟ ମାନଙ୍କ ସହ ଜଡ଼ିତ ରହି ନିମ୍ନମାନର କାର୍ଯ୍ୟକରି ଅର୍ଥ ହରିଲୁଟ କରି ଚାଲିଛନ୍ତି ବୋଲି ଅଭିଯୋଗ କରାଯାଇଛି । ବିନା ଟେଣ୍ଡରରେ ପୋଖରୀ କାର୍ଯ୍ୟ କରାଇବା, ପରିଷଦର ଆୟବ୍ୟୟ ତାଲିକା ପ୍ରତିମାସରେ କାଉନସିଲ ବୈଠକରେ ମଞ୍ଜୁରୀ ନ କରିା ନେଇ ଅଭିଯୋଗ କରାଯାଇଛି । ଏଣୁ ବାଧ୍ୟ ହୋଇ ଆମ୍ଭେ ପରିଷଦର ନିର୍ବାଚିତ ୱାର୍ଡ଼ ସଦସ୍ୟ ଓ ସଦସ୍ୟା ମାନେ ଗୋଟିଏ ବୈଠକ କରି ଉପରୋକ୍ତ ଅଭିଯୋଗ ଗୁଡ଼ିକ ବିଷୟରେ ଆଲୋଚନା କରି ଓଡ଼ିଶା ମ୍ୟୁନିସିପାଲ ଆଇନ ଧାରା ୫୪ ପ୍ରକାରେ ପରିଷଦର ଅଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ବାହାର କରିବା ପାଇଁ ସେମାନେ ସମସ୍ତେ ଲିଖିତ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.