ସନ୍ଦେହ ମୋଚନ ନିରନ୍ତର ଶିକ୍ଷା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଅନୁରୋଧ କ୍ରମେ ସକାଳ ୯ ଘଣ୍ଟାରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ “ସନ୍ଦେହ ମୋଚନ” ଶିକ୍ଷାଦାନ ଚାଲିଛି । ଯାହା ଫଳରେ ଗରିବ, ମେଧାବୀ, ଶିକ୍ଷାକ୍ଷେତ୍ରରେ ଅନଗ୍ରସର ଛାତ୍ରୀମାନେ ବିଶେଷ ଉପକୃତ ହେଉଛନ୍ତି । ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରତ୍ୟେକ ଶିକ୍ଷା ବର୍ଷରେ ଦଶହରା, ବଡଦିନ, ଗ୍ରୀଷ୍ମ କାଳୀନ ଛୁଟି ସହିତ ରବିବାର ଦିନ ମାନଙ୍କରେ ଶିକ୍ଷାଦାନ ଦେଉଥିବାରୁ ପ୍ରାୟତଃ ୨୦ କି: ମି: ଦୂର ଦୁରାନ୍ତରରୁ ଛାତ୍ରୀ ମାନେ ବିଦ୍ୟାଳୟକୁ ଆସିଥାନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଦିର୍ଘ ୧୦ ବର୍ଷ ହେବ ୧୦୦ % ରେଜଲ୍ଟ ସହିତ ଗୁଣାତ୍ମକ ପରୀକ୍ଷା ଫଳ ମିଳୁଛି । ପୂର୍ବ ବର୍ଷ ପରି ୨୦୨୫ ବର୍ଷ ପରୀକ୍ଷା ଫଳ ହେବା ପାଇଁ ଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.