ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ଚାଲିଥିବା ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ବରତୁଣ୍ଡା ଓ ଜୁରାବନ୍ଧ ଦଳ ଫାଇନାଲ୍ ମ୍ୟାଚ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମେ ବରତୁଣ୍ଡା ଦଳ ବ୍ୟାଟିଂ କରି ୧୦ ଓଭରରେ ୯ ୱିକେଟ ହରାଇ ୬୦ ରନ୍‌ ସଂଗ୍ରହ କରିଥିବା ବେଳେ ଜବାବରେ ଜୁରାବନ୍ଧ ଦଳ ବ୍ୟାଟିଂ ରି ୯ ଓଭରରେ ୫ ୱିକେଟ ହରାଇ ୬୧ ରନ୍‌ ସଂଗ୍ରହ କରି ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ ହୋଇଛି । ଆଲୋକ ବାଗ ଓ ନବୀନ ପୁଟେଲ ଖେଳ ପରିଚାଳନା କରିଥିବା ବେଳେ ମହିଲାଲ ଠେଲା ଧାରାବିବରଣୀ ପ୍ରଦାନ କରିଥିଲେ । ଆୟୋଜିତ ଉଦଯାପନୀ ଉତ୍ସବରେ ବରିଷ୍ଠ କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଂଚାୟତର ସରପଞ୍ଚ ତୁଲସେ ଭୋଇ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ କେଦାର ଭୋଇ, ବେଲପଡ଼ା ବ୍ଲକ ଏଡିଇଓ ସଂଘର ସଭାପତି ପୃଥିରାଜ ବାଗ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସହ ସମ୍ପାଦକ ହୁଲେଶ୍ୱର ହଂସ, କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା, ପରମେଶ୍ୱର ମହାନନ୍ଦ, ୱାର୍ଡ ମେମ୍ବର ଗୌରୀଶଙ୍କର ସଗରିଆ, ସିଆର୍‌ପି ଭାରତୀ ଦାସ, ଅରୁଣା ଦର୍ଜି, ନାରୀନେତ୍ରୀ ଶିଲା ମହାନନ୍ଦ, ଆଶା କର୍ମୀ ମମତା ଭୋଇ, ଯୁବନେତା ତେଜରାଜ ଭୋଇ, ସୁଭାକର ନାଗ, ବିଜେଡି ଯୁବ ସଭାପତି ଧର୍ମେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ବେଷ୍ଟ ବୋଲର ରାଜୁ, ବେଷ୍ଟ ବ୍ୟାଟ୍ସମ୍ୟାନ ଜାନୁଆରୀ, ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଲେଣ୍ଟୁ, ବେଷ୍ଟ ଫିଲ୍ଡିଂଗ ପ୍ରଦୀପ ନାଗଙ୍କୁ ବିବେଚିତ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଆୟୋଜକ କମିଟିର ଆଶିଷ ଯାନୀ, ଅଙ୍କିତ ରାଉତ, ଯୋଗିନ ଭୋଇ, ମହେଶ୍ୱର ପୁଟେଲ, ଇନ୍ଦ୍ର ଭୋଇ, ଡୋଲେଶ୍ୱର ଭୋଇ, ମକରଧ୍ୱଜ ନାଗ, ପ୍ରତାପ ନାଗ, ନବୀନ ପୁଟେଲ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.