ନୟାଗଡ଼, (କେପିଏନ୍ଏସ୍) : ଖଣ୍ଡପଡା ଅଗ୍ନିଶମ ବିଭାଗର ଏସ୍ଓ ଅଜୟ କୁମାର ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶନିବାର ଠାରୁ ଏକ ନିଆରା ମକଡ୍ରିଲ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଖଣ୍ଡପଡ଼ା ତ୍ରିନାଥ ଛକ ସ୍ଥିତ ସାମନ୍ତ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିଆଁ ଲିଭାଯିବାର କୌଶଳ ଶିକ୍ଷା ଦିଆଯାଉଥିବା ଦେଖିବାକୁ ମିଳିଥିଲା । ପେଟ୍ରୋଲ ପମ୍ପ ମାଲିକ ମାନେ ଫାୟାର ଟ୍ରେନିଙ୍ଗ ନେଇନଥିବା ଅନଭିଜ୍ଞ କର୍ମଚାରୀଙ୍କୁ କାର୍ୟ୍ୟରେ ନିୟୋଜିତ କରୁଥିବାରୁ କେତେବେଳେ ଯେ ଅଘଟଣ ନଘଟିବ ସେନେଇ ବିଭାଗ ପକ୍ଷରୁ ଏହି ସାଧୁ ଉଦ୍ୟମ ସମାଜରେ ଗ୍ରହଣୀୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ମାନେ ଅନ୍ୟୁନ ପକ୍ଷେ ବର୍ଷକ ମଧ୍ୟରେ ଦୁଇଥର ଫାୟାରଟ୍ରେନିଂ ନେବା ଆବଶ୍ୟକ ତେଣୁ ଖଣ୍ଡପଡ଼ା ବ୍ଲକରେ ଥିବା ଆଠଟି ପେଟ୍ରୋଲ ପମ୍ପ ମାନଙ୍କରେ ଏଭଳି ସଚେତନଧର୍ମୀ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀ ପାଇକରାୟ ମତ ଦେଇଥିଲେ । ଏଥି ସହିତ ଏହି କାର୍ଯ୍ୟକ୍ରମରେ ଏଚ୍,ଭି-ମନୋଜ ସେଠୀ ଓ ଫାୟାରମ୍ୟାନ-ଭିକାରୀ ପରିଡା, ରାଜେନ୍ଦ୍ର ରଣା, ବିଜୟ କୁମାର ରାଉତ, ଅଭୟ କୁମାର ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ ।