ଯୁବକଙ୍କ ଜୀବନ ବଂଚାଇଲେ ସିଦ୍ଧେଶ୍ଵରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବଥର୍ଲା ଗ୍ରାମର ପୂର୍ବତନ ମନ୍ତ୍ରୀ ଅଇଁଠୁ ସାହୁଙ୍କ ପୁତୁରା ଚନ୍ଦ୍ରଗୁପ୍ତ ସାହୁ ବଲାଙ୍ଗିରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଅସ୍ତ୍ରୋପଚାର ପାଇଁ ଜରୁରୀକାଳୀନ ରକ୍ତ ଯୋଗାଡ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ରାତି ୯ଟାରେ ରକ୍ତ ଯୋଗାଡ କରିବାରେ ତାଙ୍କ ପକ୍ଷରେ ସମ୍ଭବ ନ ହେବାରୁ ସେମାନେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ସହଯୋଗ କ୍ରମେ ସିଦ୍ଧେଶ୍ଵରୀ ପ୍ରଧାନ ଆସି ରକ୍ତଦାନ କରିଥିଲେ । ଏ ଅବସରରେ ରକ୍ତଦାତା ସିଦ୍ଧେଶ୍ଵରୀଙ୍କୁ ଯୁବ ସଂଗଠନ ତରଫରୁ ଫୁଲଗଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ରକ୍ତଦାନ ସମୟରେ ବ୍ଲଡ ବ୍ୟାଙ୍କ ଇନଚାର୍ଜ ନରେଶ ମିଶ୍ର, ଷ୍ଟାଫ୍‌ ଜ୍ୟୋର୍ତିମୟୀ ନାୟକ ଉପସ୍ଥିତ ଥିଲେ । ଯୁବ କୁଲୁତା ସମାଜର ଏଭଳି ମହତ କାର୍ଯ୍ୟ ପାଇଁ ଛତିଶଗଡ ଯୁବ କୁଲୁତା ସମାଜ ସଭାପତି ଗିରିଧାରୀ ସାହୁ, ଓଡିଶା କୁଲୁତା ସମାଜ ସହ-ସଂପାଦକ କ୍ଷେତ୍ରବାସୀ ପ୍ରଧାନ, ଅତାବିରା ବ୍ଲକ ସଭାପତି ଦିବାକର ପ୍ରଧାନ, ନୂଆପଡା ଜିଲ୍ଲା ସଭାପତି ସରୋଜ ସାହୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.