ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ମ୍ୟାଚ୍‌

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ମ୍ୟାଚ୍‌ରେ ରାଇରଙ୍ଗପୁର କ୍ଲବ ବିସିଏକୁ ୫ ୱିକେଟରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ବିସିଏ କ୍ଲବ ୨୩. ୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ହାଡିବନ୍ଧୁ କିସ୍କୁ ୫୯ ରନ୍‌ କରିଥିବା ବେଳେ ବିପକ୍ଷ ଦଳର ଅଜୁ ମହାନ୍ତ ୪ଟି ୱିକେଟ ଅକ୍ତିଆର କରିଥିଲେ । ଉତ୍ତରରେ ରାଇରଙ୍ଗପୁର ୨୧. ୫ ଓଭରରେ ୫ ୱିକେଟ ହରାଇ ୧୫୪ ରନ୍‌ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ଜୟ କୁମାର ୮୮ ରନ୍‌ ସଂଗ୍ରହ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ବେଳେ ବିପକ୍ଷ ଦଳର ରୋହନ କୁମାର ସାହୁ ୨ଟି ୱିକେଟ ଅକ୍ତିଆର କରିଥିଲେ । ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ । ଆସନ୍ତାକାଲି ମୟୁରଭଞ୍ଜ (ଏ) ଓ ରାଇରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି ।

Leave A Reply

Your email address will not be published.