csstore

ପାହାଡ଼ ଶୀର୍ଷକ ବିଶ୍ୱନାଥ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପ୍ରସିଦ୍ଧ ଶୈବପୀଠ ପାହାଡ଼ ଶୀର୍ଷକ ବିଶ୍ଵନାଥ ଦେବଙ୍କର ୪୩ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ମାଘମାସ ଶୁକ୍ଲପକ୍ଷ ସପ୍ତମୀ ଠାରୁ ୭ଦିନ ଧରି ଅନୁଷ୍ଠିତ ହୋଇ ଆଜି ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି । ଜଗତର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ନିମନ୍ତେ ବ୍ରତଧାରୀ ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା, ଜଳଯାତ୍ରା, ଶାଳପୂଜା, ଦେବତା ଆବାହନ, ଅଗ୍ନି ସ୍ଥାପନ, ଗୋପୂଜା, ସୂର୍ଯ୍ୟପୂଜା, ମଙ୍ଗଳଆରତୀ, ଠାକୁରଙ୍କ ନୀତିକାନ୍ତି, ପୂଜାର୍ଚ୍ଚନା, ପୁରୋହିତ, ପୂଜକ, ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନିରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା । ପ୍ରଭୁକୃପା ଲାଭ ପାଇଁ ପ୍ରତ୍ୟେହ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ସୋମବାର ସନ୍ଧ୍ୟା ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପନ୍ନ ପରେ ବିଶ୍ଵନାଥ ପାହାଡ଼ ବିଶ୍ୱଶାନ୍ତି ମହାଯଜ୍ଞ ସମିତି ତରଫରୁ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

jayashree
Leave A Reply

Your email address will not be published.