csstore

ମାଆ ବାଶୁଳୀଙ୍କୁ ପୂଜାର୍ଚ୍ଚନା କଲେ ଜିଜ୍ଞାସାର ଛାତ୍ରୀ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଗ୍ରାମରେ ଜିଜ୍ଞାସା ଯୁକ୍ତ ଦୁଇ କଳା ଶିକ୍ଷାକେନ୍ଦ୍ର ତରଫରୁ ମାଆ ବାଶୁଳୀ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ମାନସୀ ଗିରି , କ୍ରୀଷ୍ଣା ଦେ, ଉର୍ମିଳା ଦେ, ଶ୍ରଦ୍ଧାଞ୍ଜଳି ଦେ, ଲକ୍ଷ୍ମୀପ୍ରିୟା ଦେ, ଗାୟତ୍ରୀ ଦେ, ସାଗରିକା ଭୂୟାଁ, ସୋନାଲୀ ଜେନା, ମିଲି ରାଣୀ ସାହୁ, ଜସ୍ମିତା ପାତ୍ର, ସୁନୟନା ଦାସ, ସୁପ୍ରିୟା ଦାସ, ଅନନ୍ୟା ଦାସ, ପ୍ରିୟଦର୍ଶନୀ ଗିରି, ଶୁଭଶ୍ରୀ ମଣ୍ଡଳ, ବାସନ୍ତି ଦଳାଇ, ଅଙ୍କିତା ସାହୁ, କସ୍ତୁରୀ ମିଶ୍ର, ମମତା ନନ୍ଦୀ, ଲିପି ମାହାନା, ମାମୁନୀ ମହାକୁଡ଼, ଉଷାରାଣୀ କରଣ, ପୂର୍ଣ୍ଣିମା ଗିରି ପ୍ରମୁଖ ଉପସ୍ଥିତ ହୋଇ ମାଅ ବାଶୁଳୀ ଦେବୀଙ୍କୁ କ୍ଷୀରୀ ଭୋଗ ଅର୍ପଣ କରି ପୁଷ୍ପାଞ୍ଜଳି ଦେଇଥିଲେ । ଏଥିରେ ଆଦର୍ଶ ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.