csstore

ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ରୀନା କୁମାରୀ ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟଙ୍କଧର ଭୋଇ, ମୁଖ୍ୟବକ୍ତା ବବଜା ସ୍କୁଲ୍ ପ୍ରଧାନ ଶିକ୍ଷକ ରାହାସ ବିହାରୀ ପଟେଲ, ରତାଖଣ୍ଡି ସରପଞ୍ଚ ହିମାଞ୍ଚଳ ମେହେର, ସମସ୍ତ ସି.ଆର୍.ସି.ସି, ଏସ୍‌.ଏମ୍‌.ସି ସଭାପତି ତଥା କମିଟି ମେମ୍ବର ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶମ୍ଭୁପ୍ରସାଦ ସାଇପଟେଲ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଶିକ୍ଷୟିତ୍ରୀ ସୁଭଦ୍ରା କୁମ୍ଭାର ଏବଂ ସି.ଆର୍.ସି.ସି. ଶରତ କୁମାର ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ୧୦ଟି ସ୍କୁଲର ଛାତ୍ରଛାତ୍ରୀମାନେ ଶିକ୍ଷଣ ସାମଗ୍ରୀମାନ ପ୍ରସ୍ତୁତ କରି ଆଣିଥିଲେ । ଶେଷରେ ସଭାପତି ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରିଥିଲେ ।

jayashree
Leave A Reply

Your email address will not be published.