jsm

ଖଡ଼ିଆଳ ମହୋତ୍ସବ ୨୦୨୫ ଉଦ୍‌ଯାପିତ

csstore

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ରାଜା ଏ.ଟି ହାଇସ୍କୁଲ ଖେଳ ପଡିଆ ଠାରେ କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ ତଥା ଲୋକକଳାର ବାର୍ତ୍ତାବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୧୯ତମ ସଂସ୍କରଣ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସମାରୋହରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ବରି ବିଶ୍ୱ ରଞ୍ଜନ ମଲ୍ଲିକ, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଯୋଗଦାନ କରି ଖଡ଼ିଆଳ ମହୋତ୍ସବ ଅଞ୍ଚଳର ବିଲୁପ୍ତ କଳା ଐତିହ୍ୟ, ସଂସ୍କୃତି, ସାହିତ୍ୟ ତଥା ଲୋକକଳାର ବାର୍ତ୍ତାବହ ସାଜିଥିବାରୁ ଅନେକ ଅନେକ ସାଧୁବାଦ ଅର୍ପଣ କରିଥିଲେ । ବୋଡେ଼ନ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ପ୍ରାଧ୍ୟାପକ ସାମୁଏଲ ଦାନୀ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମାଜସେବୀ ଅକ୍ଷୟ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଷ୍ଟାର ନାଇଟ୍‌ରେ ପ୍ରସିଦ୍ଧ ବଲିଉଡ ଗାୟକ ଜାଭେଦ ଅଲିଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଷ୍ଟାର ନାଇଟ୍‌ରେ ଲକ୍ଷାଧିକ ଜନସାଧାରଣଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ପାଞ୍ଚ ଦିନ ଧରି ଚାଲିଥିବା ଖଡ଼ିଆଳ ମହୋତ୍ସବ କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ସମ୍ପାଦକ ସୁନୀଲ କୁମାର ସାହୁ, ଉପ ସଭାପତି ବିଶ୍ୱଜିତ ପାଢ଼ୀ, ବରିଷ୍ଠ କର୍ମକର୍ତ୍ତା ସୁଶାନ୍ତ କୁମାର ତାଣ୍ଡି, ଗିରିଧାରୀ ବିଭାର, ପବିତ୍ର ମୋହନ ପ୍ରଧାନ, ଗଙ୍ଗାଧର ମହାଉତି, ଅମରେଶ କୁମାର ପଟ୍ଟନାୟକ, ସୁରେନ୍ଦ୍ର କୁମାର, ଭୋଦେବ ସାହୁଙ୍କ ସମେତ ମହୋତ୍ସବ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.