ଆନ୍ତର୍ଜାତୀୟ କରାଟେରେ ବଲାଙ୍ଗିରକୁ ୭ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ଦିନ ଧରି ମୁମ୍ବାଇର ପ୍ରିୟଦର୍ଶିନୀ ସ୍ପୋର୍ଟ କମ୍ପେ୍ଲକ୍ସଠାରେ ୩୦ତମ ଏସିୟା ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ କରାଟେ ଏକାଡେମୀର ୪ ଜଣ ଛାତ୍ର ଭାଗ ନେଇ ସଫଳତା ହାସଲ କରିଛନ୍ତି । ଏଥିରେ ଜୁନିୟର ୧୨ ବର୍ଷ ବାଳକ କାତା ବିଭାଗରେ ମିଥିଲେସ ବେହେରା ସ୍ୱର୍ଣ୍ଣ ପଦକ, ସ୍ୱସ୍ତିକ ମହାରଣା ୭ ବର୍ଷ ବାଳକ କାତା ଓ କୁମିତେରେ ବ୍ରୋଞ୍ଚ ପଦକ, କେଡେଟ୍‌ ବିଭାଗରେ ଜୟମ୍‌ ସାହୁ ଉଭୟ କାତା ଓ କୁମିତେରେ ସ୍ୱର୍ଣ୍ଣ ପଦକ, ବାଳିକା କେଡେଟ୍‌ ବିଭାଗରେ ପ୍ରାଚୀ ବେହେରା କାତାରେ ରୌପ୍ୟ ଓ କୁମିତେ ରେ ବ୍ରୋଞ୍ଚ ପଦକ ହାସଲ କରି ଦେଶକୁ ଗୌରାବନ୍ୱିତ କରିଛନ୍ତି । ଏ ଅବସରରେ ଶ୍ରୀଲଙ୍କା, ମାଲେସିଆ, ମରିସସ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଭେଟ୍ରେନ୍‌ କାତା ପ୍ରତିଯୋଗିତାରେ ଆନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣ ପଦକ ବିଜେତା ଅସୀମ କୁମାର ଭୋଇ ଭାରତରୁ ରେଫେରୀ ଦାୟିତ୍ୱ ତୁଳାଇଥିଲେ । ଏଥିରେ ସାଉଦି ଆରବ ଗ୍ରାଣ୍ଡ ମାଷ୍ଟର ନା ଜିନ୍‌ ହାନମୀ ସିନାବୀ ଓ ବିଶ୍ୱ ଜିୟୁ ରେନ୍ସିଙ୍କାନ୍‌ କରାଟେ ସଦସ୍ୟ ହସନ୍‌ ଏମଡି ଇସ୍ମଲ ଜାତିୟ କରାଟେ କୋଚ ଅସୀମ କୁମାର ଭୋଇଙ୍କୁ ମୋମେଣ୍ଟୋ ସହ ସମ୍ମାନିତ କରିଥିଲେ । ବଲାଙ୍ଗିର ଜିଲ୍ଲା କରାଟେ ଓର୍ଗାନାଇଜେସନର ଏଭଳି ବଡ ସଫଳତା ପାଇଁ ବଲାଙ୍ଗିର କ୍ରୀଡା କ୍ଷେତ୍ରରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.