- ଗୁଞ୍ଜିମୁଣ୍ଡାକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ମାନ୍ୟତା ଦାବୀ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ମୁରସିଂ ତଥା ସଇଁନ୍ତଳା ରେଞ୍ଜ କନ୍ଧକେଲଗାଁ ସେକସନର ମୁରସିଂ ଗୁଞ୍ଜିମୁଣ୍ଡାଠାରେ ଗୁଞ୍ଜିମୁଣ୍ଡା ପ୍ରକଳ୍ପରେ ପାଣିର ସୁରକ୍ଷା ସହ ଗୁଞ୍ଜିମୁଣ୍ଡାକୁ ପର୍ଯ୍ୟଟନ କେନ୍ଦ୍ରଭାବେ ମାନ୍ୟତା ଦାବୀ ନେଇ ଆବାହକ ଅବସର ପ୍ରାପ୍ତ ଶିକ୍ଷକ ସୁନିଲ ହରପାଲଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯୋଗଦେଇ ଐତିହାସିକ ଗୁଞ୍ଜିମୁଣ୍ଡା ପ୍ରକଳ୍ପର ବିକାଶ ଓ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ଦାବୀ ଆରମ୍ଭ ହୋଇଛି । ୨୦୦୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ମୁରସିଂ ଗୁଞ୍ଜିମୁଣ୍ଡା ପ୍ରକଳ୍ପ ପରିଦର୍ଶନ ପାଇଁ ଚୁଡ଼ାନ୍ତ ହୋଇଥିଲା କିନ୍ତୁ କ୍ରମଶଃ ବର୍ଷା ଯୋଗୁଁ ମାତ୍ର ୨୪ଘଣ୍ଟା ପୂର୍ବରୁ ବାତିଲ ହୋଇଥିଲା । କୁଞ୍ଜିମୁଣ୍ଡା ପ୍ରକଳ୍ପରେ ମାଟି ଉଦ୍ଧାର ହେଲେ କେବଳ ମୁରସିଂ ନୁହେଁ କୁତୁର୍ଲା ଓ ହାତୀସରା ପଞ୍ଚାୟତର ଚାଷ ଜମୀ ୨ ଫସଲି ହୋଇପାରିବ । ଏଥିସହ ପର୍ଯ୍ୟଟନ ସ୍ଥଳୀଭାବେ ସରକାର ମାନ୍ୟତା ଦେଲେ ଅଞ୍ଚଳର ଆର୍ଥିକ ଉନ୍ନତି ଘଟିବ ବୋଲି କହିଥିଲେ । ଗୁଞ୍ଜିମୁଣ୍ଡା ପ୍ରକଳ୍ପର ବିକାଶ ସକାଶେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବରିଷ୍ଠ ଗବେଶକଙ୍କୁ ଡାକି ଆଲୋଚନା ଚକ୍ର କରିବାକୁ ଶ୍ରୀ ମେହେର ପ୍ରସ୍ତାପ ଆଗତ କରିଥିଲେ । ପରେ ବିଭିନ୍ନ କାମକୁ ତ୍ୱରାନ୍ୱିତ କରିବା ପାଇଁ କମିଟି ଗଠନ କରାଯାଇଥିଲା । ଏଥିରେ ମୁରସିଂ ଗାଁର ସୁଶାନ୍ତ ସାହୁଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ମନୋଜ ସାହୁ, ସଂପାଦକ ଭାବେ ବନୋଜ ଦୀପ, ସହ ସଂପାଦକ ଭାବେ ଲୋକାଶ ଦୀପ ଓ କୋଷାଧ୍ୟକ୍ଷ ରାଜେଶ ପଧାନଙ୍କୁ ଚୟନ କରାଯାଇଥିଲା । ସେହିପରି କମିଟିର ସଭ୍ୟ ଭାବେ ରଶ୍ମିରଞ୍ଜନ ପଧାନ, ଇସମାଇଲ ସୁନା, ତପୋବନ୍ତ ଭୋଇ (ବୁଲୁ), ରାଜିବ ପଧାନ, ପ୍ରଶାନ୍ତ ସା, କାମରାଜ ପଧାନ, ଶଶିକାନ୍ତ ପଟେଲ, ବିଜିତ ପଧାନ, ଅଭିନାଶ ଶେଖର ସୁନା, ହୃଷିକେଶ ଭୋଇ, ସନ୍ତୋଷ ସାମାଲ, ମନୋଜ ନାୟକ ଓ ଉପଦେଷ୍ଟା କମିଟିର ସଭ୍ୟଭାବେ ପୂର୍ବ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସୁନିଲ ହରପାଲ, ଡମ୍ବରୁ ହରପାଲ, ପ୍ରତାପ ବାଗ, ଇନ୍ଦ୍ରମଣୀ ସାହୁ ଓ କିଶୋର ସାହୁ (ସମ୍ବାଦିକ)ଙ୍କୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁରସିଂ ଗାଁର ଶତାଧିକ ଯୁବଗୋଷ୍ଠୀ ଓ ବୁଦ୍ଧିଜିବୀ ଯୋଗଦେଇ ମତ ପ୍ରକାଶ କରିଥିବା ବେଳେ ଆବାହକ ସୁନିଲ ହରପାଲ ଧନ୍ୟବାଦ ଅର୍ପଣ କରିଥିଲେ ।