ତୁଷୁରା କ୍ଲଷ୍ଟର ସ୍ତରୀୟ ନିପୂଣ ମେଳା ଓ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଯୋଜନାନୁସାରେ ତୁଷୁରା କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଓ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ସ୍ଥାନୀୟ ମହୀପୁର ଆଶ୍ରମ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ଗୁଡଭେଲା ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପିନ ବାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉକ୍ତ ମେଳା ଓ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ସିଆର୍‌ସିସି ଜଗମୋହନ ତ୍ରିପାଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ବକ୍ତାଭାବେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିନୋଦ ଭୋଇ ଯୋଗଦେଇଥିଲେ । ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ ଓ ଧାନଘରା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦୁତିଆ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଓ ନିପୂଣ ଓଡ଼ିଶା ସଂଗୀତ ପରିବେଷଣ କରିଥିଲେ । ସହକାରୀ ଶିକ୍ଷକ ପୂରନ ମେହେର ସମସ୍ତଙ୍କୁ ନିପୂଣ ଓଡିଶା ଶପଥ ପାଠ କରାଇଥିଲେ । ନବାଗତ ସହକାରୀ ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁଙ୍କୁ କ୍ଲଷ୍ଟର ତରଫରୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଡଃ ହେମନ୍ତ କୁମାର ଦାଶଙ୍କ ରଚିତ “ଭାବର୍ ମହକ୍” ପୁସ୍ତକର ପାଠକାର୍ପଣ କରାଯାଇଥିଲା । ଉଦ୍‌ଯାପନୀ ସଭାରେ ତୁଷୁରା ଏନ୍‌ଏ‌ସି ଉପାଧ୍ୟକ୍ଷା ମାମି ଦାସ ଯୋଗଦେଇ ସମସ୍ତ ପ୍ରତିଭାଗୀ ଶିଶୁମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦ରୁ ଅଧିକ ଟିଏଲ୍‌ଏମ୍ ପ୍ରଦର୍ଶିତ ହୋଇଥିଲା । ଶେଷରେ ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ପୁରନ୍ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ଓ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ ସଭା ସାଙ୍ଗ ଘୋଷଣା କରିଥିଲେ । ଉକ୍ତ ମେଳାକୁ ଶତାଧିକ ଅଭିଭାବକ, ଅଭିଭାବିକା ପରିଚାଳନା ସମିତି ସଦସ୍ୟ ସଦସ୍ୟା ବୁଲି ଦେଖିଥିଲେ । କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ଏଫ୍‌ଏଲ୍‌ଏନ୍ ଶିକ୍ଷକ ଓ ଗାଇଡ୍ ଟିଚର ତଥା ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଅକୁଣ୍ଠ ସହଯୋଗ କରିଥିଲେ ।

Leave A Reply

Your email address will not be published.