କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବିଶ୍ୱନାଥପୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ଼ ସେକ୍ସନର କାଦୋମାଳି ଗାଁରେ ଏକ ଅଭାବନୀୟ ଘଟଣା ଅଂଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଜୀବନ ଯାତ୍ରାରେ ଖାଦ୍ୟ ପାଇଁ ଉଭୟ ଗଜରାଜ ଏବଂ ମଣିଷ ମଧ୍ୟରେ ସଂଗ୍ରାମ ଚାଲିଥିବାବେଳେ କେତେବେଳେ ମଣିଷ ଚକ୍ରାନ୍ତ କରି ହାତୀକୁ ମାରୁଛି ତ କେତେବେଳେ ଗଜରାଜ ଆକ୍ରମଣରେ ମଣିଷ ଜୀବନ ହରାଉଛି । ଏଭଳି ଏକ ଛାତିଥରା ଦୃଶ୍ୟ କଳାହାଣ୍ଡି ଜିଲ୍ଲା କାଦୋମାଳି ଗାଁରେ ଶନିବାର ରାତିରେ ଦେଖିବାକୁ ମିଳିଛି । ଗ୍ରାମର ମୁଗାନ ମାଝୀ ଏବଂ ଗାଦ ମାଝୀ ଘରେ ଶୋଇଥିବାବେଳେ ଜଙ୍ଗଲରୁ ଏକ ବଣୁଆ ଦନ୍ତା ହାତୀ ଆସି ଘର ଭିତରେ ପଶି ସେମାନଙ୍କୁ ଦଳି ଚକଟି ଦେଇଛି । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ଜୀବନ ଚାଲିଯାଇଛି । ସେମାନଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଛି । ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ କାଦୋମାଳି ଗାଁଦାଣ୍ଡ ଫାଟି ପଡୁଛି । ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ଲାଞ୍ଜିଗଡ଼ ଏବଂ ନର୍ଲା ଅଞ୍ଚଳରେ ବର୍ଷ ତମାମ ହାତୀପଲ ଚଳ ପ୍ରଚଳ କରୁଥିବାରୁ ଅନେକ ସମୟରେ ଧନ ଜୀବନ ନଷ୍ଟ ହେଉଛି । ଏପରିକି ପୂର୍ବରୁ ଜଣେ ରେଞ୍ଜରଙ୍କ ମଧ୍ୟ ମୃତ୍ୟୁ ଘଟିଛି ।
Prev Post