csstore

ଆୟୁସ୍ମାନ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ‘ବିଶ୍ୱ କୁଷ୍ଠ ଦିବସ’ ୨୦୨୫ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଜାନୁଆରୀ ମାସ ୩୦ ତାରିଖ ରେ ‘ବିଶ୍ୱ କୁଷ୍ଠ ରୋଗ ଦିବସ’ ଭାବେ ପାଳନ କରାଯାଇ ଆସୁଛି । କୁଷ୍ଠ ରୋଗ ନିରାକରଣ ନେଇ ବିଶ୍ୱବ୍ୟାପୀ ସଚେତନତା କରାଯାଉଛି ଚଳିତ ବର୍ଷର ଥିମ୍ ରହିଛି ‘କୁଷ୍ଠ ରୋଗ ପାଇଁ ସଚେତନତା ସୃଷ୍ଟି, ରୋଗ ରୋଗୀଙ୍କୁ ଆଶ୍ୱାସନା ଦେଇ ଯେମିତି କେହି ମଧ୍ୟ ରୋଗାକ୍ରାନ୍ତରେ ପଛରେ ନ ପଡିବେ ଏହାର ପ୍ରତିବଦ୍ଧତା” ଏହି ଅବସରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମେଡିକାଲ ଅଫିସର ଡ଼ା ସତ୍ୟ ନାରାୟଣ ସାହୁ ତାଙ୍କ ବକ୍ତବ୍ୟରେ କହିଲେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ସାଜିଛି କୁଷ୍ଠ ରୋଗ ଏକ ସଂକ୍ରାମକ ରୋଗ ହୋଇଥିବା ବେଳେ ଅନେକ ଲୋକ ଏହାକୁ ଘୃଣା କରିଥାନ୍ତି । ଫଳରେ ଏହି ରୋଗରେ ଶିକାର ହୋଇଥିବା ରୋଗୀଙ୍କୁ ସାମାଜିକ ବାସନ୍ଦ ହେବାକୁ ମଧ୍ୟ ପଡ଼ିଥାଏ । ବର୍ଷ ବର୍ଷ ଧରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ତରଫରୁ ସଚେତନତା କରାଯାଇଆସୁଛି । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ପ୍ରତିବର୍ଷ ଜାନୁଆରୀ ମାସର ୩୦ ତାରିଖକୁ ‘ବିଶ୍ୱ କୁଷ୍ଠ ରୋଗ ଦିବସ’ ଭାବେ ପାଳନ କରାଯାଉଛି । କୁଷ୍ଠ ରୋଗ ଏକ କ୍ଷୁଦ୍ର ଜୀବାଣୁରୁ ସୃଷ୍ଟି ହୋଇଥାଏ । ମାଇକ୍ରୋ ବ୍ୟାକ୍ଟେରିଅମ ‘ଲେପ୍ରି’ରୁ ବ୍ୟାପୁଥିବାରୁ ଏହି ରୋଗ ଲେପ୍ରୋସି ନାଁରେ ମଧ୍ୟ ଜଣାଶୁଣା । ବିଶେଷ କରି ଚର୍ମକୁ କ୍ଷତିଗ୍ରସ୍ତ କରିଥାଏ ଏହି ରୋଗ । ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୟସ ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତିଙ୍କୁ ଏହା ବ୍ୟାପିବାର ଆଶଙ୍କା ରହିଛି ବୋଲି ଜିଲ୍ଲା କୁଷ୍ଠ ରୋଗ ଲେପ୍ରା ସଂଯୋଜକ ସନ୍ତୋଷ ମାହାନା ଜଣାଇଥିଲେ । ଶେଷରେ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦ୍ଧେଶକ, ଚେୟାରମ୍ୟାନ ସତ୍ୟରଞ୍ଜନ ମିଶ୍ର, ରବି ରଞ୍ଜନ ପୁଜାରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଉପ – ପ୍ରଜେକ୍ଟ ମ୍ୟାନେଜର ରାମାନୁଜ ପଣ୍ଡା କୁଷ୍ଠ ରୋଗର ନିରାକରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲାପାଳଙ୍କ ବାଣୀକୁ ଶପଥପାଠ କରାଇଥିଲେ । ସଭାରେ ଅନେକ ଆଶା, ଏଏନ୍‌ଏମ୍‌ ଦିଦି ତଥା ସ୍ୱାସ୍ଥ୍ୟ କେନ୍ଦ୍ରର ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.