ମୟୂରଭଞ୍ଜରେ ସହିଦ ଦିବସ ଅବସରରେ ନୀରବ ପ୍ରାର୍ଥନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ପାଳିତ ଜିଲ୍ଲା ସ୍ତରୀୟ ସହିଦ ଦିବସରେ ଭାରତ ସ୍ୱାଧୀନତା ପାଇଁ ଆତ୍ମବଳି ଦେଇଥିବା ଶହୀଦ ମାନଙ୍କ ଦିବଂଗତ ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ, ତହସିଲ ଓ ଜିଲ୍ଲା ମୁଖ୍ୟାଳୟରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ମୁଖ୍ୟାଳୟ ବାରିପଦା ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ସମସ୍ତ ପ୍ରତିନିଧି ଜିଲ୍ଲାପାଳ, ଅନ୍ୟାନ୍ୟ ଜିଲ୍ଲା ଅଧିକାରୀଙ୍କ ଉପସ୍ଥିତିରେ ଦିନ ୧୧ଟା ସମୟରେ ଏହି ଦୁଇ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ସୂଚନା ଥାଉକି, ଏହି ସମୟରେ ଜିଲ୍ଲାରେ ଅଗ୍ନିଶମ ବିଭାଗ ଦ୍ୱାରା ସମସ୍ତ ଜନସାଧାରଣ ମାନଙ୍କ ଦୁଇ ମିନିଟ ନୀରବ ପ୍ରାର୍ଥନା ପାଇଁ ସାଇରନ ଦ୍ୱାରା ସୂଚିତ କରାଯାଇଥିଲା । ଏହି ସମୟରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ସମସ୍ତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି ରଖି ଏବଂ କୌଣସି ଶବ୍ଦ ପ୍ରଦୂଷଣ ଯେପରି ନହୁଏ ସେଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.