oom

ଗୌରହରି ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷୟିତ୍ରୀ

jsmm

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ମିନି ଷ୍ଟାଡିୟମ ପରିସରରେ ବ୍ଲକସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ ଯୋଗଦାନ କରି ଅଭିବାଦନ ଗ୍ରହଣ କରିଥିଲେ । ଏହି ପରିପେକ୍ଷୀରେ ଚଳିତ ବର୍ଷ ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଗୌରହରି ସେଲମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀମତୀ ଗୁରୁ ବ୍ଲକସ୍ତରୀୟ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ଗୌରହରି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହି ସମୟରେ ବିଡିଓ ଶ୍ରୀ ଭୋଇଙ୍କ ସହ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ସୁବ୍ରତ ନାଗ, ତହସିଲଦାର ଆଶିଷ ଏକ୍କା, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ସିଡିପିଓ ଗୋଲାପୀ ନାୟକ, ଥାନା ଅଧିକାରୀ ସୁଶାନ୍ତ ବଢ଼େଇ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇ, ସାମ୍ବାଦିକ ପ୍ରମୋଦ ସେଲମାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.