oom

ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ କ୍ରୀଡା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବଡ଼ ଖେଳପଡିଆରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରି ଖେଳ ଶୁଭାରମ୍ଭ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷା କେନ୍ଦ୍ରର ସମ୍ପାଦକ ମହେନ୍ଦ୍ର କୁମାର ଖୁଣ୍ଟିଆ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଖେଳ ଖେଳାଯାଇଥିଲା । ଖେଳ ଶିକ୍ଷକ ଉତ୍ତମ ରଣା, ମଦନ ଧରୁଆ ଓ ଥବିର ରଣା ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଦଣ୍ଡସେନା ଓ ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷ ଗଙ୍ଗାଧର, ଶିକ୍ଷକ ସୁଧୀର ଚନ୍ଦ୍ର ଅମାତ, ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପାଧ୍ୟକ୍ଷ ମଳୟ କୁମାର ହଂସ, ଶିକ୍ଷାକେନ୍ଦ୍ର ପରିଚାଳନା କମିଟି ସଭ୍ୟ ତପନ କୁମାର ବହିଦାର, ଦେବେନ୍ଦ୍ର ସାହୁ, ରୁଦ୍ରମଣୀ ବେହେରା ଉପସ୍ଥିତ ଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନିରୁଦ୍ଧ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷାକେନ୍ଦ୍ରର ହରିପ୍ରିୟା ସାହୁ, ତପସ୍ଵିନୀ ଭୋଇ, ଟିକେଶ୍ୱରୀ ବିଶ୍ୱାଳ, କରୁଣାକର ପ୍ରଧାନ, ଜଗନ୍ନାଥ ରଣା, ଯୋଗେଶ ନାୟକ, ବବିତା ପ୍ରଧାନ, ଗିରିଶ ଚନ୍ଦ୍ର ମାଝୀ, ମଦନ ଧରୁଆ, ଦେବାସନ ମାଝୀ, ଉତ୍ତମ ରଣା, ମିନାରାଣୀ ଖୁଣ୍ଟିଆ, ଶୈଳେନ୍ଦ୍ରି ମାଝୀ, ରୂପାଲି ସାହୁ, ମଣ୍ଟୁ ସାହୁ, ସୁରେନ୍ଦ୍ର ମାଝୀ, ସୋନି ସେଠ, ବେଦବ୍ୟାସ ପୁଟା, କୁଶ କଲେତଙ୍କ ସମେତ ସ୍କୁଲ ପରିଚାଳନା କମିଟି ସଭ୍ୟମାନେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଗଙ୍ଗାଧର ଧନ୍ୟବାଦ ଦେଇଥିବା ବେଳେ ସଭାପତି ସଭାସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.