ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ବନମାଲ ପଞ୍ଚାୟତ ହାଇସ୍କୁଲର ଖେଳପଡିଆ ଠାରେ ପ୍ରବଳ ଉତ୍ସାହର ସହିତ ବାର୍ଷିକ କ୍ରୀଡ଼ା ଶୁଭାରମ୍ଭ ହୋଇଯାଇଛି । ଆଜି ସକାଳ ୯.୩୦ ମିନିଟ ସମୟରେ ମଶାଲ ଯାତ୍ରା କରାଯାଇଥିଲା ଓ ପରେ ୧୦ଟା ସମୟରେ ବାର୍ଷିକ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ପ୍ରଭୁଙ୍କ ପାଦତଳେ ପୂଜାର୍ଚ୍ଚନା କରି ଖେଳର ଶୁଭାରମ୍ଭ କରିଥିଲେ । ହାଇସ୍କୁଲ ଛାତ୍ରଛାତ୍ରୀ ମାନେ ପ୍ରଥମେ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ନାଚଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ହାଇସ୍କୁଲ ପରିଚାଳନା କମିଟିର ସଭାପତି ପରମେଶ୍ୱର ବିଶ୍ୱାଳ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରମୋଦ କୁମାର ଠାକୁର ଓ ସମ୍ମାନିତ ଅତିଥି କାନ୍ତ ରଣା, ପ୍ରଧାନ ଶିକ୍ଷକ ଧନେଶ୍ୱର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଶୋଭାକୁ ଆହୁରି ଦ୍ଵିଗୁଣିତ କରିଥିଲେ । ପରେ ଅତିଥି ମାନେ ନିଜ ନିଜ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବା ସହ ଆଗକୁ କିପରି ବନମାଲ ହାଇସ୍କୁଲ ଆହୁରି ନା କମାଇବ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଦୌଡ଼, ଲମ୍ଵ ଡିଆଁ, ଉଚ୍ଚ ଡିଆଁ, ସଟ୍ଫୁଟ୍, ଡିସ୍କସ୍, ଜେଭ୍ଲିନ୍, ନାଚ, ଗୀତ ଏଭଳି ଅନେକ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରି ନିଜ ନିଜ କଳା ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନ ଅଧିକାର କରିଥିଲେ । ଏଥିରେ ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ତାଙ୍କୁ ମାନପତ୍ର ସହ ମେଡାଲ, ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳକୁ ପରିଚାଳନା କରିଥିଲେ ଖେଳ ଶିକ୍ଷକ ସରୋଜ କୁମାର ବିଶ୍ୱାଳ, ଶଶୀଭୂଷଣ ମେହେର, ଭୋଳନାଥ ସାହୁ । ସହଦେବ ବିଶ୍ୱାଳ, ପ୍ରବୋଦ କୁମାର ଜେନା, ଗୋବିନ୍ଦ ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସରୋଜ କୁମାର ବିଶ୍ୱାଳ ।
Next Post