ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା କିଶୋରପଡା ନିବାସୀ ରବୀନ୍ଦ୍ରନାଥ ବେହେରା (ଟୁକୁ)ଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରବୀନ୍ଦ୍ର ବେହେରା ଜଣେ ଉତ୍ତମ ବ୍ୟବସାୟୀ ଥିବା ବେଳେ ସମସ୍ତଙ୍କ ସହ ଶାନ୍ତ, ଅମାୟିକ, ମିଷ୍ଟଭାସି, ଏବଂ ଧର୍ମ ପରାୟଣ ବ୍ୟକ୍ତିଥିଲେ । ଗତ ରାତିରେ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେତୁ ଜୁନାଗଡ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ବିୟୋଗରେ ସମସ୍ତ ବେହେରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଶବାଧାରରେ ବହୁ କୁଟୁମ୍ବ, ପରିଜନ ଉପସ୍ଥିତ ରହିଥିବା ବେଳେ ବଡ ପୁଅ ପ୍ରତୀକ ଓ ସାନ ପୁଅ ପ୍ରଭାତ ମୁଖାଗ୍ନି ଦେଇଥିଲେ ।