oom

ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମୂହର ୨୮ତମ ବାର୍ଷିକ କ୍ରୀଡା ଉତ୍ସବ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମୂହର ୨୮ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ସାହାଯପାଣି ସରପଞ୍ଚ ପ୍ରଫୁଲ୍ଲ ମାଝୀ ଏବଂ ସମ୍ମାନିତ ଅତିଥି ରୂପେ ସ୍କୁଲ କମିଟି ସଭ୍ୟ ଦାମୋଦର ମାଝୀ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହିତ ସୁସ୍ଥ ରହିବା ପାଇଁ ନିୟମିତ ଖେଳକୁଦ କରିବା ଆବଶ୍ୟକ । ଖେଳକୁଦ କରିଲେ ଶରୀର ଏବଂ ମନ ସୁସ୍ଥ ରହିବ ଏବଂ ପାଠ ପଢ଼ାରେ ମନ ଲାଗିବ ବୋଲି ମତ ପ୍ରକାଶ କରିଥିଲେ । ଶାରୀରିକ ଶିକ୍ଷା ଅଧ୍ୟାପକ ଗଗନ କୁମାର ସାହୁଙ୍କ ପରିଚାଳନାରେ ଦୁଇଦିନ ଧରି ଚାଲିଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗୋପୀକୃଷ୍ଣ ଦଳାଇ, ଅତସୀ ସାହୁ, ନୀଳିମା କୁମାରୀ ମିଶ୍ର, ଅମର ସିଂ ମାଝୀ, ସହଦେବ ପତି, ଭୁବନେଶ୍ୱର ପୃଷ୍ଟି, ଡିଲେଶ୍ୱର ମେହେର, ଜଗବନ୍ଧୁ ବେହେରା, ଲିଙ୍ଗରାଜ ମାଝୀ, ଦୀନବନ୍ଧୁ ଚାରବେମାଲ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.