oom

ରୋଜା ଆୱାର୍ଡ ୱାର୍ଲଡ ଉତ୍ସବ

jsmm
  • ଡ. ରବିଚନ୍ଦ୍ର ପସାୟତଙ୍କ ସମେତ ରେଡକ୍ରସ କର୍ମୀ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡା ରଘୁନାଥ ଧାମ ପ୍ରାଙ୍ଗଣରେ ମାନବୀୟ ଅନୁଷ୍ଠାନ ରୋଜା ଆୱାର୍ଡ ୱାର୍ଲଡର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରୋଜାର ଫାଉଣ୍ଡର ଧର୍ମ ସିଂ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟ ହୃଦାନନ୍ଦ ଭୋଇ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସସ୍ମିତା ପ୍ରଧାନ ଓ ମୁଖ୍ୟବକ୍ତା ଭାବରେ ସୋନପୁର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରିନ୍‌ସିପାଲ ପ୍ରଫେସର ତରୁଣ କୁମାର ମିଶ୍ର ମଂଚାସୀନ ରହି ଯୁବ ଗୋଷ୍ଠି ଜନସେବାରେ ବ୍ରତୀ ହେବାକୁ ମତବ୍ୟକ୍ତ କରିଥିଲେ । ଆମେରିକାନ୍‌ ମେରିଟ କାଉନସିଲ ତରଫରୁ ୱାଲର୍ଡ ଚେରିଟେବଲ ଫାଉଣ୍ଡେସନ ସଂଯୋଜନାରେ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିବାରୁ ଶ୍ରୀ ପଶାୟତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରେଡକ୍ରସ କାର୍ଯ୍ୟକ୍ରମରେ ସଫଳତା ନିମନ୍ତେ କଳାହାଣ୍ଡିର ନାରାୟଣ ପଧାନ, ସମ୍ବଲପୁରର ବିଶ୍ୱାମିତ୍ର ଦୀପ, ବୌଦ୍ଧର ବନମାଳୀ ମେହେର, ବରଗଡର ମହେନ୍ଦ୍ର ଆଚାର୍ଯ୍ୟ, ସୁବର୍ଣ୍ଣପୁରର ହୃଷିକେଶ ଡାଙ୍ଗ, ବଲାଙ୍ଗିରର ପ୍ରଭାକର ଛନ୍ଦ ଏବଂ ଅବସରପ୍ରାପ୍ତ ଜେଆର୍‌ସିଓ ସୁବାଷ ଚନ୍ଦ୍ର ପଟେଲ ପ୍ରମୁଖଙ୍କୁ ରୋଜା ହ୍ୟୁମେନିଟେରିଆନ ସେବା ପଦକରେ ସମ୍ବର୍ଦ୍ଧିତ କରାଯାଇଛି । ରୋଜାର ସଦସ୍ୟ ବସନ୍ତ କୁମାର ହୋତା, ସାମ୍ବାଦିକ ଆକୁଲ ବେହେରା, ସୋସାଇଟିର ସଂଜୀବ କୁମାର ଜୈନ, ସୋମନାଥ ମାଝି, ସତାବନ ସାହୁ, ମନୋଜ କୁମାର ଦାଶ, ହରେକୃଷ୍ଣ ପଣ୍ଡା, ଅଂଜନ କୁମାର ପଧାନ, ଅଂଜଳୀ ସାଏ, ସଙ୍ଗୀତା ପଶାୟତ, ବିଜୟ ନାଗଦେବ, ବିଶ୍ୱ ରଂଜନ ଜେନା, ରାଜୁ ଭାଇ, ସୁରାଜ ଖମାରୀ, ଦେବାଶିଷ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ । ଏହି ଅବସରରେ କବିତା ପାଠ ଉତ୍ସବରେ କବୟିତ୍ରୀ କବିତା ମିଶ୍ରଙ୍କ ସଂଯୋଜନାରେ ସରସ୍ୱତୀ ମିଶ୍ର, କସ୍ତୁରୀ ରଥ, ସାଲିନୀ ସା, ବୀଣାପାଣି ଭୋଇ, ଧର୍ମେନ୍ଦ୍ର ପଧାନ, ପୁରୁଷୋତ୍ତମ ମିଶ୍ର, ସତ୍ୟନାରାୟଣ ପଧାନ ତଥା ଅନ୍ୟମାନେ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ଓ କବି ଦିଲ୍ଲୀପ ମିଶ୍ର ପରିଚାଳନା କରିଥିବା ବେଳେ ରେଡକ୍ରସ କର୍ମୀ ଦୁର୍ଯ୍ୟୋଧନ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.