ପାଇକମାଲ ବିନ୍ଧ୍ୟ ବାସିନୀ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦ୍ୱିତୀୟ ଦିନରେ ପହଞ୍ଚିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିର । ଏହି ତାଲିମ ଶିବିର ପ୍ରତ୍ୟେହ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଦ୍ୱିତୀୟ ଦିନରେ ଆତ୍ମ ସୁରକ୍ଷା ତାଲିମ ବରଗଡ ଜିଲ୍ଲା ସଂଯୋଜକ ପ୍ରତ୍ୟୁଳ କୁମାର ତ୍ରିପାଠୀ, ବିଦ୍ୟାଳୟ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ, ଅଧ୍ୟାପିକା ସବିତା ପ୍ରଧାନ, ଟେନର ନମ୍ରତା ତାଣ୍ତି, ଦୀପାଞ୍ଜଳି ଦୀପ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସଂଯୋଜକ ଶ୍ରୀ ତ୍ରିପାଠୀ ଛାତ୍ରୀ ମାନଙ୍କୁ ଅପରାଧ ମୁକ୍ତ ସମାଜ ଗଠନ ସହିତ ନିଜ ଜୀବନକୁ ନିଜେ କିପରି ସୁରକ୍ଷା ଦେବେ ସେ ଉପରେ ଛାତ୍ରୀ ମାନଙ୍କୁ ଉତ୍ତମ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇ ଛାତ୍ରୀ ମାନଙ୍କୁ ଅଧିକରୁ ଅଧିକ ଏହି ତାଲିମ ଶିବିରରେ ଯୋଗ ଦେବାକୁ ସଚେତନ କରିଥିଲେ ।

Leave A Reply

Your email address will not be published.