jayashree

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ବଙ୍ଗୋମୁଣ୍ଡା, (ଅଜିତ କୁମାର ସାହୁ) : ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା । ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷା ମିନତୀ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ମିନତୀ ରଥ କଲେଜ ଲାଇବ୍ରେରିଆନଙ୍କ ଠାରୁ ୮୦ ହଜାର ଟଙ୍କା ନେଉଥିବା ବେଳେ ବଲାଙ୍ଗୀର, ସୋନପୁର, ସମ୍ବଲପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।
ଲାଇବ୍ରେରିଆନ ଡୋଲାମଣି ମେହେର ଗୋଟିଏ ଦିନ କୌଣସି ଛୁଟି ଦରଖାସ୍ତ ନଦେଇ କଲେଜ ଆସି ନଥିଲେ । ତେବେ ଅଧ୍ୟକ୍ଷା ଲାଇବ୍ରେରିଆନ କାହିଁକି କଲେଜ ଆସିଲ ନାହିଁ ବୋଲି ପଚାରିଥିଲେ । ପରେ କାରଣ ଦର୍ଶାଅ ନୋଟିସ ଦେବା ସହ ୧ ଲକ୍ଷ ଟଙ୍କା ନଦେଲେ ଚାକିରୀରୁ ବିଦା କରିଦେବି ବୋଲି ଧମକ ଦେଇ ଆସୁଥିଲେ । ତେବେ ଲାଇବ୍ରେରିଆନଙ୍କୁ ଅଧ୍ୟକ୍ଷା ପ୍ରଥମେ ୮୦ ହଜାର ଏବଂ ପରେ ୨୦ ହଜାର ଟଙ୍କା ଦେବାକୁ ଚାପ ଦେଉଥିଲେ ବୋଲି କୁହାଯାଇଛି । ତେବେ ସୋମବାର ଅଧ୍ୟକ୍ଷାଙ୍କ ଘରେ ୮୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ଅଧ୍ୟକ୍ଷାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରୁଛି ବିଭାଗ ।

Leave A Reply

Your email address will not be published.