oom

“ପେ ଏନ୍ ୱିନ୍ – ଖୁଲ୍ ଯା ସିମ୍ ସିମ୍” ସ୍କିମ୍‌ରେ ଟିପିଡବ୍ଲୁଓଡିଏଲ୍ ସବଡିଭିଜନ୍ ୨ ପକ୍ଷରୁ ବିଦ୍ୟୁତ ଗ୍ରାହକଙ୍କୁ ପୁରସ୍କାର ପ୍ରଦାନ

jsmm

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସମୟ ବଦଳିଛି ସମୟ ସାଙ୍ଗରେ କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି । ବିଦ୍ୟୁତ୍ ବିଲ୍ ତ ବହୁ ଗ୍ରାହକ ସବୁ ମାସରେ ପେମେଣ୍ଟ କରନ୍ତି, ହେଲେ ତା ବଦଳରେ କିଛି ମିଳୁ ନଥିଲା । ହେଲେ ଏଇ କିଛି ମାସ ହେଲା ଟାଟା ପାୱାର ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ନିୟମିତ ବିଲ୍ ବୁଝାଇବା ଗ୍ରାହକଙ୍କୁ ନେଇ ପୁରସ୍କାର ପ୍ରଦାନ ଉତ୍ସବ ଆରମ୍ଭ କରିଛି । ପ୍ରତିମାସରେ ତିନି ଜଣ ଭାଗ୍ୟଶାଳୀ ଗ୍ରାହକଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଆଜି ସ୍ଥାନୀୟ ମାଧିଆପାଲି ଗ୍ରୀଡ୍ ଠାରେ ଟିପିଡବ୍ଲୁଓଡିଏଲ୍ ସବଡିଭିଜନ୍ ୨ ପକ୍ଷରୁ ୩ ଜଣଙ୍କୁ ନିୟମିତ ବିଦ୍ୟୁତ ବିଲ୍ ପଇଠ କରୁଥିବାରୁ ସେମାନଙ୍କୁ ଲକି ଡ୍ର ମାଧ୍ୟମରେ ପୁରସ୍କାର ଘୋଷଣା କରାଯାଇ ଆଜି ସେମାନଙ୍କୁ ଏକ ସଭାରେ ପୁରସ୍କାର ପ୍ରଦାନ ଦିଆଯାଇଥିଲା । ପ୍ରଥମ ପୁରସ୍କାର ସତ୍ୟା ଭୁଏ (ଭୁଏପାଲି), ଦ୍ଵିତୀୟ ପୁରସ୍କାର ପରମାନନ୍ଦ ସାହୁ (ଚିକଲବାହାଲ) ଏବଂ ତୃତୀୟ ପୁରସ୍କାର କୁଞ୍ଜବିହାରୀ ଗଡତ୍ୟା (ଡୁଙ୍ଗୁରିପାଲି) ବିଦ୍ୟୁତ୍ ଗ୍ରାହକଙ୍କୁ ଯଥାକ୍ରମେ ମୋବାଇଲ, ସୋଲାର୍ ଏବଂ ରେଡିଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଆର୍‌ଇସି ସେକ୍ସନ୍ ଏସ୍‌ଡିଓ ସୁନୀଲ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆର୍‌ଇସି ସେକ୍ସନ୍ ଅଫିସର୍ ରିଆଜୁଲ ହକ୍, କମର୍ସିଆଲ ଜେଇ ମନୋଜ ପାତ୍ର, ଇଏସ୍‌ଓ ଛତାମଖନା ସୁଧାକର ମୁଦୁଲି, ଇଏସ୍‌ଓ ଚୁଡାପାଲି ଶୈଳେଶ ନାଏକ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରି ବିଦ୍ୟୁତ ଗ୍ରାହକଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ପୁରସ୍କାର ପାଇଥିବା ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରେ ଭରପୁର ଉତ୍ସାହ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.