foot

ଡିଏଭି ପବ୍ଲିକ ସ୍କୁଲରେ ୩୨ତମ ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଗତ ୨୬ ଏବଂ ୨୭ ତାରିଖରେ ଦୀର୍ଘ ଦୁଇଦିନ ଧରି ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ସ୍କୁଲର ଖେଳପଡିଆରେ ସମସ୍ତ ପ୍ରକାରର ଖେଳ ଆୟୋଜିତ ହୋଇଥିଲା । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ସୁଦୀପ୍ତ କୁମାର ନାଏକ (ଡେପୁଟି ଡାଇରେକ୍ଟର, ସ୍ପୋର୍ଟ୍ସ, ସୁନ୍ଦରଗଡ଼) ଯୋଗ ଦେଇ କ୍ରୀଡ଼ାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସେକ୍ଟର- ୧୬ ଡି.ଏ.ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୌର, ଅରବିନ୍ଦ ପାତ୍ର, ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଅଶୋକ କୁମାର ରାଉତ, ଏଲ୍‌.ଏମ୍‌.ସି ମେମ୍ବର ଏସ୍. କେ.ଯୋଶୀ, ମଞ୍ଜୁଶ୍ରୀ ପାଣିଗ୍ରାହୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଗଣ ଏଥିରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ କରି ଅଭିବାଦନ ଜଣାଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ରୀଡାର ମଶାଲ ଲଗାଯାଇଥିଲା । ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ସହିତ ନୃତ୍ୟ, ଜୁମ୍ବା ନାଚ କରିଥିଲେ । ମୁଖ୍ୟ ଅତିଥି ତଥା ସ୍କୁଲର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ପ୍ରଶଂସା କରି ଶୁଭକାମନା ଦେଇଥିଲେ । ଦ୍ୱିତୀୟ ଦିନ ସମାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ରାଉରକେଲା ଇସ୍ପାତ କାରଖାନାର ସି.ଜି.ଏମ୍ ହୀରାଲାଲ ମହାପାତ୍ର ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ, ଏସ୍‌.କେ ଯୋଶୀ, ଇଞ୍ଜିନିୟର ରବିନାରାୟଣ ମିଶ୍ର, ଅରବିନ୍ଦ ପାତ୍ର, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଲଳିତା ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ, ଅଶୋକ ରାଉତ ଏବଂ ସିୟାରାମ ସାହା । ପରିଶେଷରେ ସମ୍ବଲପୁରୀ ନୃତ୍ୟ ସହ, ଜୁମ୍ବା ନାଚ ତଥା ଜାତୀୟ ସଙ୍ଗୀତ ବୋଲା ଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କ ପୂର୍ଣ୍ଣ ସହଯୋଗ ଯୋଗୁ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ରୂପେ ସଫଳ ହୋଇପାରିଥିଲା ।

Leave A Reply

Your email address will not be published.