foot

ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) :୨୦୨୪ ବର୍ଷର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ, “ମନ୍ କି ବାତ୍” କାର୍ଯ୍ୟକ୍ରମକୁ ଏଲ୍‌ଇଡି ମାଧ୍ୟମରେ ଶୁଣିବା ପାଇଁ ଆଜି ସେକ୍ଟର-୩ ସ୍ଥିତ କାର୍ଯ୍ୟାଳୟରେ ବିଜେପିର ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଆକାଶବାଣୀ ଜରିଆରେ ପୂର୍ବାହ୍ନ ୧୧.୦୦ ସମୟରେ ପ୍ରଚାରିତ ହେବାମାତ୍ରେ, ରାଉରକେଲା ଗସ୍ତରେ ଆସିଥିବା ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ । ସେ ବହୁ ଧ୍ୟାନର ସହିତ ଏହି କାର୍ଯ୍ୟକ୍ରମକୁ ଦେଖିବା ଓ ଶ୍ରବଣ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପ୍ରଂଶସା କରିଥିଲେ । ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଆଇଆଇଟି, ସ୍ପେସ ସେକ୍ଟର ଓ ଷ୍ଟାର୍ଟଆପରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ଭାରତୀୟଙ୍କୁ ଶୁଭ କାମନା ଜଣାଇଥିଲେ । ଲକ୍ଷାଧିକ ଅଣ ରାଜନୌତିକ ଯୁବକ ଆଗେଇ ଆସି ପଲିଟିକାଲ ସିଷ୍ଟମରେ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ । କାଶ୍ମୀରର ୭୫୦ ମିଟର ତ୍ରିରଙ୍ଗା ଯାତ୍ରା, ସମ୍ବିଧାନ ଦିବସ, ପ୍ରୟାଗରାଜ ମହାକୁମ୍ଭ ମେଳା, ଆନିମେଶନ, ଚଳଚ୍ଚିତ୍ର ଓ ଆମୋଦପ୍ରମୋଦ, ଚିତ୍ରାଙ୍କନ, ପାରାଗୁଏର ଅଦ୍ଭୁତ ପ୍ରୟାସ, ବସ୍ତର ଅଲମ୍ପିକ, ମେଲେରିଆ ନିରାକରଣ, ଆୟୁଷ୍ମାନ ଭାରତ ଯୋଜନାରେ କର୍କଟ ରୋଗର ସଫଳ ଚିକିତ୍ସା, କଳାହାଣ୍ଡି କିଷାନଙ୍କ ସବୁଜ କ୍ରାନ୍ତି ଓ ଭେଜିଟେବୁଲ ହବ୍ ଆଦି ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଆସନ୍ତା ୨୦୨୫ ଦେଶବାସୀଙ୍କ ଉଦ୍ଦେଶ୍ୟରେ “ସମସ୍ତେ ସୁସ୍ଥ ରୁହନ୍ତୁ, ଖୁସି ରୁହନ୍ତୁ ଓ ସମସ୍ତଙ୍କ ପ୍ରଗତି ହେଉ” ବୋଲି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରାଇସନ ତିର୍କୀ, ମଳୟ ମହାପାତ୍ର, ସରୋଜ ଦାସ, ଶଶାଙ୍କ ଶେଖର ଜେନା, ଗଙ୍ଗାଧର ଦାଶ, ଜୟ କରଣ ଖାଲକୋ, ଅଜୟ କଂସାରୀ, ମନୋଜ ଶତପଥୀ, ମନୋଜ ମାହେଶ୍ୱରୀ, ସନ୍ତୋଷ ବିରାଟ, ଅକ୍ଷୟ ଦାଶ, ସତ୍ୟ ସାହୁ, ମାଦ୍ରୁ ଓରାମ, ପ୍ରତାପ ଦାସ, ସୁଶାନ୍ତ ମହାପାତ୍ର, ଜଗବନ୍ଧୁ ସାହୁ, ରମେଶ ଅଗ୍ରୱାଲ, ମନୋରଞ୍ଜନ ମୁନି, ଦିଲ୍ଲୀପ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଗୌତମ ବାଡ଼ା, ରାଜକିଶୋର ଭଞ୍ଜ, ସୁଦାମ ସାହୁ, ହେମନ୍ତ ଜେନା, ବ୍ୟାସଦେବ ନାଥ, ବିକ୍ରମ ମାଝୀ, ରଙ୍ଗବାହାଦୂର୍, ଜବାହରଲାଲ ମାହାଲି, ଶ୍ରୀନିବାସ ପଣ୍ଡା, ଗୌତମ ଭଗତଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.