ସଇଁତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବ୍ଲକସ୍ତରୀୟ ପିଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ଥିବା ପାଚିକା ଓ ସହାୟିକାମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦ୍ଘାତିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଥିବା ଡିଇଓ ବିକାଶ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦାନ କରି ଶିବିରକୁ ଉଦ୍ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ ଓ ସି.ଆର୍.ସି.ସି ମାନେ ଉପସ୍ଥିତ ଥିଲେ । ଏହି ତାଲିମ ଶିବିରରେ ଛନଛଡା, ଡୁମେରମୁଣ୍ଡା, ଟିକ୍ରାପଡା, ଝିଙ୍କିଡୁଙ୍ଗୁରି, ଖରସେଲବାଞ୍ଜି, ଗଣ୍ଡପତ୍ରାପାଲି ୬ଟି କ୍ଲଷ୍ଟର ପାଚିକା ଓ ସହାୟିକାମାନେ ଉପସ୍ଥିତ ଥିଲେ । ପ୍ରଥମେ ପାଚିକାମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତ ବିଦ୍ୟାଳୟର ପାଚିକାମାନେ ଭାଗ ନେଇଥିଲେ । ଏହା ପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କିପରି ଭାବେ ପରିଷ୍କାର ପରିଚ୍ଛନ୍ନତା ତଥା ଚାଉଳ, ପନିପରିବାକୁ ପାଣିରେ ଧୋଇବା ପରେ ରୋଷେଇ କାର୍ଯ୍ୟ ତୁଲାଇବେ ସେ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଆର୍ପି ତଥା ସିଆରସିସି ମନ୍ଦର ଦୀପ, ମନୋଜ ସାହୁ, ପ୍ରମୋଦ ବୁଡ଼େକ, ହିମାଂଶୁ ବେହେରା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ୬ଟି କ୍ଳଷ୍ଟରର ପାଚିକାମାନଙ୍କୁ ନେଇ ଇନ୍ଧନ ପ୍ରତିଯୋଗିତାରେ ଭାଗ ନେଇଥିବା ମୋଟ ୧୦୦ ଜଣ ପାଚିକାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆରସିସି ଶେଷଦେବ ପ୍ରଧାନ, ଉପେନ୍ଦ୍ର ନନ୍ଦ, ବିନୋଦ ନାଗ, ଟିକେଶ୍ୱର ଭୋଇ, ଚିନ୍ତାମଣୀ ସାହୁ, ପର୍ଶୁରାମ ମୁଣ୍ଡା, ଲକ୍ଷରାଜ ମେହେର, ହରି ନାଗ, ଶମ୍ବୁ ପ୍ରସାଦ ନାଏକଙ୍କ ସମେତ ପାଚିକା ଓ ସହାୟିକାମାନେ ସାମିଲ ହୋଇଥିଲେ ।