oom

ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଲୋଇସିଂହା ଶାଖା ତରଫରୁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୁଚନା ବୈଷୟିକ ବିଭାଗ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏହି ଶିବିରକୁ ଉଦ୍‌ଘାଟନ କରିବା ସହ ଉପସ୍ଥିତ ଆୟୋଜକ ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ । ଛତିଶଗଡ ରାୟପୁୁରର ପ୍ରତିଷ୍ଠିତ ରାମକୃଷ୍ଣ କେୟାର ହସପିଟାଲ ସହ ଭାଗିତାରେ ହୋଇଥିବା ଏହି ଶିବିରରେ ଭେଷଜ ବିଶେଷଜ୍ଞ ଡା. ରୁପାଲି ପଣ୍ଡା, କ୍ୟାନସର ବିଶେଷଜ୍ଞ ଡା. ଅଭିଷେକ ସିଂ, ହୃଦରୋଗ ବିଶେଷଜ୍ଞ ଡା. ସଂଜୟ କୁମାର, ଅସ୍ଥି ବିଶେଷଜ୍ଞ ଡା. ରୋହିତ ଯାତ୍ରା, ଶଲ୍ୟ ବିଶେଷଜ୍ଞ ଡା. ସୁବର୍ଣ୍ଣି ଜେନା, ଡା. ସ୍ୱାଭିମାନ ସାହୁ ପ୍ରମୁଖ ପ୍ରାୟ ୫୦୦ରୁ ଅଧିକ ରୋଗୀ ପରିକ୍ଷା କରି ଚିକିତ୍ସା ସେବା ପ୍ରଦାନ କରିଥିଲେ । ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଧେଶକ ଅଙ୍କୁଶ ପାଣ୍ଡିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଛନ୍ତି । ଶିବିରକୁ ସଫଳ କରିବାରେ ସଦର ବ୍ଲକ ସଭାପତି ଦେବାଶିଷ ପାଣ୍ଡିଆ, ମାହେଶ୍ୱରୀ ସଂଗଠନର ଲୋଇସିଂହା ବ୍ଲକ ସଭାପତି ଦେବାଶିଷ ବିଶୋଇ, ସରପଂଚ ନବକିଶୋର ନାଏକ, ଜିଲ୍ଲା ସଭାପତି ଶୋଭନ ଅଗ୍ରୱାଲ, ସଂଯୋଜକ ସମୀର ପ୍ରଧାନ, ଆଗଲପୁର ବ୍ଲକ ସଭାପତି ପ୍ରମୋଦ ସାହୁ ଏବଂ ସଦସ୍ୟ ମାଧବ ଭୋଇ, ମନୋଜ ମାହାଣା, ଆକାଶ ପ୍ରଧାନ, ସିଲୁ ନାଏକ, ନରେଶ ତ୍ରିପାଠୀ, ଫକିର ନାଏକ, ମାନସ ମେହେର, କରୁଣା କିର୍ତ୍ତି, ଆଶୁତୋଷ ବାଗ, ତୁଷାର ରଂଜନ କୁଅଁର, ସୋମେଶ ମିଶ୍ର, ଓମ୍ ସୁନା, ଫାଲଗୁନି ତ୍ରିପାଠୀ ।

jittmm
Leave A Reply

Your email address will not be published.