କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ସୁପରିଚିତ ତଥା ପ୍ରଥମ ସି.ବି.ଏସ୍.ଇ ସ୍କୁଲରେ ୪୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ କେସିଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଉଦ୍ଘାଟନ କରିଥିଲା ବେଳେ ମୁଖ୍ୟ ଅତିଥିଭାବେ ସଦର ବିଧାୟକ ସାଗର ଚରଣ ଦାସ ଯୋଗ ଦାନ କରିଥିଲେ । କେସିଙ୍ଗା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦୀନବନ୍ଧୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ବାର୍ଷିକ ଉତ୍ସବ ଉପଲକ୍ଷେ ଗତ ୨୧ ତାରିଖରେ ବିଦ୍ୟାଳୟରେ ଆର୍ଟ, କ୍ରାଫ୍ଟ, ଲିଟ୍ରେଶୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଥିଲା । ଏହି ବିଜ୍ଞାନ ମେଳାକୁ କେସିଙ୍ଗା ସହରର ବରିଷ୍ଠ ପତ୍ରକାର ସୁରେଶ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହିତ ପିଲାମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହିତ ଖୁସି ବ୍ୟକ୍ତ କରିଥିଲେ । ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିବା ସହିତ ବିଦ୍ୟାଳୟ ପାଇଁ ମୋ ପକ୍ଷରେ ଯେଉଁ ପ୍ରକାରର ସାହାଯ୍ୟ ଦରକାର ପଡିବ ମୁ କରିବି ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତିକୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ମଧ୍ୟ ଭାଗରେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ପରେ ପରେ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ପ୍ରମେୟ ଖବର କାଗଜର ସାମ୍ୱାଦିକ ଗଜିନ୍ଦ୍ର ସାହୁଙ୍କୁ ଜଣେ ଭଲ ସାମ୍ୱାଦିକ ଭାବେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ଭାଗରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମର ଶେଷ ପାହାଚରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧନ୍ୟବାଦ୍ ଅର୍ପଣ କରି ଉତ୍ସବର ସମାପନ ଘୋଷଣା କରିଥିଲେ ।