jsm

ଅକ୍ଷର ଶିଶୁ ସାହିତ୍ୟ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ-୨୦୨୪

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗ୍ରଣୀ ଅକ୍ଷର ଶିଶୁ ସାହିତ୍ୟ ପ୍ରତିଷ୍ଠାନ ତଥା ଅକ୍ଷର ଶିଶୁ ବିଦ୍ୟା ଜ୍ଞାନ ବିଜ୍ଞାନ ପତ୍ରିକାର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ତଥା ସଭାପତି ଅଜିତ ମିଶ୍ରଙ୍କ ଆବାହକତ୍ୱରେ ଆୟୋଜନ ହୋଇଥିବା ବେଳେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଡ. ଯୁଗଳ କିଶୋର ଷଡଙ୍ଗୀ ବରେଣ୍ୟ ଅତିଥି ଭାବେ ଡ. ନାରାୟଣ ମିଶ୍ର, ସୌଜନ୍ୟ ସଂପାଦକ ଡ. ଭବାନୀ ଶଙ୍କର ପଟେଲ, ଶିକ୍ଷାବିତ୍‌ ଗିରିଜା ଶଙ୍କର ରଥ ଓ ମୁଖ୍ୟବକ୍ତା ଭାବେ ମଠଖାଇ ପତ୍ରିକାର ସଂପାଦକ ମଦନ ମୋହନ ରଥ ଯୋଗଦେଇଥିଲେ । ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବରାଜ ପାଣିଗ୍ରାହୀ ପରିଚୟ ପ୍ରଦାନ କରିଥିବା ବେଳେ ମଧୁ ସାହୁ ମଂଚ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରୁ ସଂପାଦକ ହୃଷିକେଶ ପୁରୋହିତ ବାର୍ଷିକ ବିବରଣୀ ତଥା ସଂପାଦକୀୟ ପଠନ କରିଥିଲେ । ଡା. ଅଶୋକ କୁମାର ସେଠୀ, ଡ. ଭବାନୀ ଶଙ୍କର ପଟେଲ ଶିଶୁ ପତ୍ରିକାର ଆଭିମୁଖ୍ୟ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅକ୍ଷର ଶିଶୁ ବିଦ୍ୟା ଜ୍ଞାନ ବିଜ୍ଞାନ ପତ୍ରିକା ଉନ୍ମୋଚନ ପରେ ଅତିଥିମାନେ ଶିଶୁ ହସିଲେ ଦୁନିଆ ହସିବ ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଦର୍ଶ ଶିକ୍ଷକ ଭାବରେ ବଳିଷ୍ଠ ପଧାନ, ଜ୍ୟୋତିରାଣୀ ମିଶ୍ର, ବାସନ୍ତୀ ମଞ୍ଜରୀ ହନୁମାନ, ସୁରଥ ସାହୁ, କୋଶଳୀ କବୟିତ୍ରୀ ଭାବେ ତପସ୍ୱିନୀ ପଶାୟତ ଓ ସମାଜ ସେବିକା ଭାବେ ରଶ୍ମି ପାତ୍ରଙ୍କୁ ଅକ୍ଷର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟବକ୍ତା ମଠଖାଇ ପତ୍ରିକାର ସଂପାଦକ ମଦନ ମୋହନ ରଥ ଭାବଗର୍ଭକ ଶିଶୁ ସାହିତ୍ୟର ଆଗାମୀ ଭବିଷ୍ୟତ ସଂପର୍କରେ ଭାଷଣ ପ୍ରଦାନ କରିଥିଲେ ଓ ଡ. ପ୍ରେମଚାନ୍ଦ ମହାନ୍ତି ମଧ୍ୟ ବକ୍ତବ୍ୟ ଦେଇଥିଲେ । ଏହି ଉତ୍ସବରେ ସୁନାଧର ବନଛୋର, ନେପାଳଚନ୍ଦ୍ର ବାଗ, କେଶବ ମିଶ୍ର, ଧିରେନ୍ଦ୍ର ନାରାୟଣ ସିଂଦେଓ, ପୁରୁଷୋତ୍ତମ ପଣ୍ଡା, ଚୁଡେନ୍ଦ୍ର ବେହେରା, ନବ କିଶୋର ବେହେରା, ଯାଜ୍ଞସେନୀ ସାହୁ, କୃଷ୍ଣଚନ୍ଦ୍ର ମିଶ୍ର, ଲେଖିକା ସରସ୍ୱତୀ ମିଶ୍ର, ଧର୍ମବ୍ରତ ରଥ ପ୍ରମୁଖ ଅନେକ ଶିଶୁ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ । ଶେଷରେ ହାତୀସରା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ୱରଚିତ ଶିଶୁ କବିତା ପଠନ କରିଥିଲେ । ସହ-ସଂପାଦକ ପ୍ରଦୀପ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.