jayashree

ଶୁଲିଆ ମହୋତ୍ସବ ପାଳନ ପାଇଁ ନୂତନ କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଖଇରଗୁରା ଶୁଲିଆ ମହୋତ୍ସବ ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶୁଲିଆ ମହୋତ୍ସବର ପୁରାତନ କମିଟିକୁ ଭାଙ୍ଗି ୨୧ ଜଣିଆ ନୂତନ କମିଟି ଗଠନ କରାଯାଇଛି । ଆସନ୍ତା ଜାନୁଆରୀ ମାସ ୫, ୬ ଏବଂ ୭ ତାରିଖ ଦିନ ଶୁଲିଆ ମହୋତ୍ସବ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ୧୬ଟି ସାଂସ୍କୃତିକ ଦଳ ଭାଗ ନେବେ ବୋଲି ସୂଚନା ଦିଆଯାଇଥିଲା । ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶୁଲିଆ ପୀଠର ମୁଖ୍ୟ ପୂଜକ ସୋମନାଥ ଦେହୁରୀଙ୍କ ସହିତ ପୂଜା ମଣ୍ଡଳୀ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ସତ୍ୟନାରାୟଣ ଭୋଇ, ଭୀମ ପାହାଡ଼ ମହୋତ୍ସବ ସଭାପତି ପ୍ରମୋଦ ବହିଦାର, ଯୁବନେତା ଶୈଳେନ୍ଦ୍ର ସାହୁ ଏବଂ କୁଲତାପଡ଼ା, ଅର୍ଜୁନପୁର, ବଡବହାଲ, ଗୁଡଖାପଲା, ଗଉଡଗୋଠ ଓ ତରଭା ପଞ୍ଚାୟତର ବାଲଖମାର, ଚାରଭଟାର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ରହିଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳର ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.