jayashree

“ନିରୀକ୍ଷଣ” : ଗଞ୍ଜାମ ଜିଲ୍ଲାର ଅଭିନବୀକରଣ ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : “ନିରୀକ୍ଷଣ” ହେଉଛି ଗଞ୍ଜାମ ଜିଲ୍ଲା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଭିତିକ ଏକ କ୍ରାନ୍ତିକାରୀ ପଦକ୍ଷେପ । ଆର୍ଥିକ ବର୍ଷ ୨୦୨୨-୨୩ ସେପ୍ଟେମ୍ବର ମାସରେ ଗଂଜାମ ଜିଲ୍ଲା ପ୍ରଶାସନର ଏକ ଅଭିନବୀକରଣ ପ୍ରାୟସ ହେଉଛି ଏହି ନିରୀକ୍ଷଣ କାର୍ଯ୍ୟକ୍ରମ । ଏହା ଏକ ଆଭିମୁଖ୍ୟ ପଦକ୍ଷେପ ଯାହାର କେବଳ ଗୋଟିଏ ଲକ୍ଷ ହେଉଛି ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟବସ୍ଥାର ସୁଦୃଢ଼ୀକରଣ ଯାହାକି ଜଣେ ମାଆକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ସହିତ ଏକ ସୁସ୍ଥ ଶିଶୁ ଜନ୍ମ ଦେବାରେ ସହାୟକ ହୋଇଥାଏ । ଗର୍ଭବତୀ ମାଆ ମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣାରେ ଅଲଟ୍ରା ସାଉଣ୍ଡ (ୟୁଏସ୍‌ଜି) ବ୍ୟବସ୍ଥା ହଜାର ହଜାର ମାଆ ମାନଙ୍କ ଭିତରେ, ବିଶେଷ କରି ଅପହଞ୍ଚ ଏବଂ ଗ୍ରାମୀଣ ଅଂଚଳରେ ବସବାସ କରୁଥିବା ମାଆ ମାନଙ୍କ ପାଇଁ ଆଶାର ସଂକେତ ଦୀପ ସାଜିଛି । ମୁଖ୍ୟ ରୂପାନ୍ତରିକରଣ ଦିଗରେ ନିରୀକ୍ଷଣ କାର୍ଯ୍ୟକ୍ରମ ୮୫,୦୦୦ରୁ ବି ଅଧିକ ଗର୍ଭବତୀ ମାଆଙ୍କୁ ଅଲଟ୍ରା ସାଉଣ୍ଡ (ୟୁଏସ୍‌ଜି)ର ସୁବିଧା ଯୋଗେଇବାରେ ସକ୍ଷମ ହୋଇଛି, ଯାହା କି ଆଜି ସୁଦ୍ଧା ମୋଟ ୯୭, ୬୯୮ ଅଲଟ୍ରା ସାଉଣ୍ଡ (ୟୁଏସ୍‌ଜି) ମାଗଣାରେ ପ୍ରଦାନ କରାଯାଇଛି । ଏହି ନିରୀକ୍ଷଣ ସ୍ୱାସ୍ଥ୍ୟ ସେବାର ସମସ୍ତ ପ୍ରକ୍ରିୟା ଏକ କମ୍ପୁଟର ଆପ୍ଲିକେସନ ଦ୍ୱାରା ପରିଚାଳିତ । ଯାହାର ନାମ “ନିରୀକ୍ଷଣ ଆପ” ଯାହା ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଟେ । ଜିଲ୍ଲାର ଏହି ଅଦ୍ଭୁତପୂର୍ବ ପଦକ୍ଷେପ ଭୌଗୋଳିକ ତଥା ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟସେବା ପାଇଁ ଆଶାୟୀ ଗର୍ଭବତୀ ମାଆ ମାନେ ଏହାକୁ ବ୍ୟବହାର କରି ଗର୍ଭ ପୂର୍ବବସ୍ଥାର ଯତ୍ନ ନେବାରେ ସକ୍ଷମ ହେଇପାରିଛନ୍ତି । ଏହି ନିରୀକ୍ଷଣ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କୁ ପ୍ରମାଣିତ କରିଦେଇଛି ଯେ ଏହା ଏକ ଅଭିନବ ପରିବର୍ତ୍ତନକାରୀ ସ୍ୱାସ୍ଥ୍ୟ ସେବା, ଯାହାକି ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଜନିତ ସମସ୍ତ କଠିନ ପରିସ୍ଥିତି ତଥା ଅବସ୍ଥାକୁ ଖୋଜିବାରେ ସାହାଯ୍ୟ କରୁଛି । ଗର୍ଭବତୀ ମାଆ ମାନଙ୍କର ବିପଦ ସଂକୁଳ ପରିସ୍ଥିତିକୁ ସମୟ ପୂର୍ବରୁ ଚିହ୍ନଟିକରଣ ତଥା ସମ୍ଭାବ୍ୟ ଜଟିଳତାର ଦୂରୀକରଣ, ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ରୋଗୀଙ୍କ ପରିବାର ବର୍ଗଙ୍କୁ କ୍ଷମତା ପ୍ରଦାନରେ ତଥା ସମୟ ଭିତରେ ନିଷ୍ପତ୍ତି ନେବାରେ ଅଥବା ମାଆ ଆଉ ଛୁଆର ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରେ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମର ସଫଳତା ଏହାର ଆଭ୍ୟନ୍ତରୀଣ ପ୍ରବେଶମାର୍ଗ ସମଗ୍ର ଗଞ୍ଜାମ ଜିଲ୍ଲାର କୋଣଅନୁକୋଣ ଏବଂ ଗ୍ରାମ ଉପାନ୍ତ ଅଂଚଳ ଗୁଡ଼ିକରେ ରହୁଥିବା ଗର୍ଭବତୀ ମାଆ ମାନେ ଯେପରି ସ୍ୱାସ୍ଥ୍ୟ ସେବାରୁ ବଂଚିତ ନହୁଅନ୍ତି ସେଥିରେ ସାହାଯ୍ୟ କରୁଛି । ନିରୀକ୍ଷଣ କାର୍ଯ୍ୟକ୍ରମ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାରେ ଥିବା ଫାଟ ଭିତରେ ଗୋଟେ ସେତୁ ରୂପରେ କାର୍ଯ୍ୟ ନିର୍ବାହ କରିଆସୁଛି । ଏହାର ସ୍ପର୍ଶନୀୟ ଶକ୍ତି ସମସ୍ତ ମା’ଙ୍କ ମନ ଭିତରେ ଗୋଟେ ଆତ୍ମବିଶ୍ୱାସ ବୃଦ୍ଧିରେ ସାହାୟ ହୋଇପାରିଛି । ଏକ ସୁସ୍ଥ ଭବିଷ୍ୟତ ବଂଚିବାରେ ନିରୀକ୍ଷଣ କାର୍ଯ୍ୟକ୍ରମ ଅଭିନବୀକରଣ ସଶକ୍ତ ଗଂଜାମ ଜିଲ୍ଲାର ଏକ ଲିଖିତ ନଥିପତ୍ର । ଗଞ୍ଜାମ ଜିଲ୍ଲାର ଏହି ଉତ୍ସର୍ଗୀକୃତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାର ଅଭିନବ କାର୍ଯ୍ୟକ୍ରମ ତଥା ନେତୃତ୍ୱ ଆଜି ଦେଶର କୋଣ ଅନୁକୋଣରେ ଗୋଟେ ଦୃଷ୍ଟାନ୍ତମୁଳକ କାର୍ଯ୍ୟଭାବରେ ଉଭା ହୋଇଛି । ଏହି ଅଭିନବ କାର୍ଯ୍ୟକ୍ରମ ନିରୀକ୍ଷଣକୁ ଭାରତ ସରକାର ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାର ସଫଳ ରୂପାନ୍ତୀକରଣକୁ ଦେଖି ରାଜ୍ୟ ସରକାର ମଧ୍ୟ ସମ୍ପୂର୍ଣ୍ଣ ଯୋଜନା ଅଧିନ ରେ ପାଣ୍ଠି ପ୍ରଦାନ କରିଛନ୍ତି । ଆପଣ ମାନଙ୍କୁ ବି ଅନୁରୋଧ କରାଯାଉଛି କି ଏହି ଅଭିନବ କାର୍ଯ୍ୟକ୍ରମ “ନିରୀକ୍ଷଣ” ଯାହାକି ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ, ଏହାର ଲାଭ ନିଅନ୍ତୁ ଏବଂ ଆପଣଙ୍କ ନିକଟସ୍ଥ ଆଶା ଦିଦି ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୋଗାଯୋଗ କରନ୍ତୁ ଏବଂ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ମାନ୍ୟତା ପ୍ରାପ୍ତ କାର୍ଯ୍ୟକ୍ରମ ନିରୀକ୍ଷଣକୁ ବ୍ୟବହାର କରି ଲାଭ ନିଅନ୍ତୁ ।

Leave A Reply

Your email address will not be published.