jayashree

ନୂତନ ମଣ୍ଡି ଦାବୀରେ ରାସ୍ତା ଅବରୋଧ

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ମହାବିଦ୍ୟାଳୟ ଛକ ଠାରେ ଶତାଧିକ ଚାଷୀ ନୂତନ ମଣ୍ଡି ଦାବୀ କରି ୫ ଘଣ୍ଟା କାଳ ରାସ୍ତା ଅବରୋଧ କରି ରଖିଥିବା ଘଟଣା ମଣ୍ଡି ପରିଚାଳନା ନେଇ ସୁଗମ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପେକ୍ସ ପରିସର ମଧ୍ୟରେ ଆସୁଥିବା କପୂର୍ ମାଲ, ରଜା ମୁଣ୍ଡା, ମୁଣ୍ଡୁରା ଗୁଡାର ଶତାଧିକ ଚାଷୀ କପୁର ମାଲଠାରେ ଏକ ନୂତନ ମଣ୍ଡି ଖୋଲିବା ନେଇ ଦାବୀ କରି ଆସୁଥିଲେ । ଚଳିତ ବର୍ଷ ମଧ୍ୟ ମଣ୍ଡି ଖୋଲିବା ନେଇ ଅନିଶ୍ଚିତତା ଦେଖା ଦେବା ପରେ ଶତାଧିକ ଚାଷୀ ଜୟପାଟଣା ମୂଖିଗୁଡା ଓ ନବରଙ୍ଗପୁର ସଡ଼କ ସଂଯୋଗକୁ ଅବରୋଧ କରି ରଖିଥିଲେ । ଫଳରେ ଯାନବାହନ ଅଟକି ରହିବା ସହିତ ସାଧାରଣ ଜନତାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଥିଲା । ୫ ଘଣ୍ଟାର ଅବରୋଧ ପରେ ସ୍ଥାନୀୟ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଚାଷୀଙ୍କୁ ବୁଝାସୁଝା କରି ଅବରୋଧ ହଟାଇ ବାରେ ପ୍ରଶାସନ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.