ଟିଟିଲାଗଡରେ ଲିମକା ବୁକ୍ ଅଫ୍ ୱାଲର୍ଡ ରେକର୍ଡ ଡାକ୍ତର ସୁରେଶ କୁମାର ଅଗ୍ରୱାଲଙ୍କ ନିଶୁଳ୍କ ପରାମର୍ଶ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ଅନେକ ଦମ୍ପତ୍ତି ଆଜି ବି ସନ୍ତାନ ପାଇବାରୁ ବଞ୍ଚିତ ଅଛନ୍ତି । ସେମାନଙ୍କ କଣ କଣ ଅସୁବିଧା ରହିଛି ? କେଉଁ କାରଣରୁ ଏପରି ଅସୁବିଧା ରହୁଛି ? ତାହାର ଚିକିତ୍ସା କରିବା ପାଇଁ ବାହାର ଜିଲ୍ଲା ତଥା ରାଜ୍ୟକୁ ଯିବାକୁ ପଡୁଛି । ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ର କିଛି ସାମାଜିକ ଅନୁଷ୍ଠାନ ତଥା ସମାଜସେବୀ ପ୍ରମୋଦ ପାଲ ଏହାର ସମାଧାନ ନିମନ୍ତେ କିପରି ଚିକିତ୍ସା ନିଜ ସହରରେ ପାଇ ପାରିବେ ସେନେଇ ଡାକ୍ତର ସୁରେଶ କୁମାର ଅଗ୍ରୱାଲଙ୍କୁ ଆଜି ଡକାଇ ଏକ ନିଶୁଳ୍କ ପରାମର୍ଶ ଶିବିର ସ୍ଥାନୀୟ ମୋହିତ ମେଡିକାଲ ଷ୍ଟୋର ପାଖରେ ଆୟୋଜନ କରଛନ୍ତି । ଏହି ଶିବିରରେ ଡାକ୍ତର ନିଶୁଳ୍କରେ ସମସ୍ୟା ଓ ତାହାର ସମାଧାନ ପାଇଁ ପରାମର୍ଶ ଦେଉଛନ୍ତି । ଏଠାରେ ନିସନ୍ତାନ ଓ ସ୍ତ୍ରୀ ରୋଗ ଚିକିତ୍ସା ପ୍ରଦାନ କରାଯାଉଛି । ଯାହାର ବେଶୀ ଅସୁବିଧା ରହିଛି ସେମାନଙ୍କୁ ଛତିଶଗଡର ଅଶୋକ ସ୍ପେସିଆଲିଟି ସ୍ତ୍ରୀ ରୋଗ ଟେଷ୍ଟ ଟ୍ୟୁବ୍ ଏବଂ ୟୁରୋଲୋଜି ହସ୍ପିଟାଲକୁ ପଠାଯିବ, ସେଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ପ୍ରଦାନ କରାଯିବାର ସୁବିଧା ରହିଛି ବୋଲି ଡାକ୍ତର ଅଗ୍ରୱାଲ କହିଛନ୍ତି ।

jittmm
Leave A Reply

Your email address will not be published.