ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-କଣ୍ଟାବାଞ୍ଜି ଓ ବଡଗମଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ମଣିଶ୍ରୀ ଫୁଟବଳ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଏହି ଅବସରରେ ଆୟୋଜିତ ଆଜିର ଏହି ଷଷ୍ଠ ଦିବସରେ ଅତିଥି ଭାବେ ନେତ୍ରମଣୀ ଭୋଇ, ଜ୍ୟୋତିର୍ମୟ ଭୋଇ, ସନ୍ତୋଷ ପୁଞ୍ଜି, ଦୁର୍ଦ୍ଦକ୍ଷ ହଂସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ । ଷଷ୍ଠ ଦିବସର ପ୍ରଥମ ରାଉଣ୍ଡରେ ମନିଗାଁ ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ କଣ୍ଟାବାଞ୍ଜି ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ବେଳପଡା ଓ ବଡଗମଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ ବଡଗମଡା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଲେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଚଉ ଭୋଇ, ମନୁ ମାଝୀ ସହଯୋଗ କରିଥିଲେ । ଆୟୋଜକ ମଣିଶ୍ରୀ ଫୁଟବଳ କ୍ଲବର ଶୁଶିଲ ମାଝୀ, ଅରୁଣ ମାଝୀ, ଯଜ୍ଞଦ ମାଝୀ, କିରଣ ମାଝୀ, ପ୍ରତ୍ୟୁଷ ରଞ୍ଜନ ମାଝୀ, ମହେଶ ମାଝୀ ପ୍ରମୁଖଙ୍କ ସହ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.