oom

ପି.ଆର.ହାଇସ୍କୁଲ ଶତବାର୍ଷିକ ମୁଖ୍ୟ ଗେଟ୍‌ ଉଦ୍‌ଘାଟିତ : ପି.ଆର.ଆଇସ୍କୁଲକୁ ଏକ ଉତ୍ତମ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବ, କହିଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୧୦୦ ବର୍ଷ ପୂରଣ କରିସାରିଥିବା ପଶ୍ଚିମ ଓଡିଶାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ପୃଥ୍ୱୀରାଜ ହାଇସ୍କୁଲର ଶତବାର୍ଷିକୀ ମୁଖ୍ୟ ଗେଟ୍‌ର ଶୁଭ ଉଦ୍‌ଘାଟନ ବଲାଙ୍ଗିରର ବିଧାୟକ ତଥା ସ୍କୁଲର ପୁରାତନ ଛାତ୍ର ନରସିଂହ ମିଶ୍ରଙ୍କ ଦ୍ୱାରା ହୋଇଯାଇଅଛି । ୩୪ଲକ୍ଷ ୪୬ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ମୁଖ୍ୟ ଗେଟ୍‌ର ନିର୍ମାଣ କିଛି କାରଣବଶତଃ ବିଳମ୍ବ ହୋଇଥିଲେ ହେଁ ଆଜିର ଉଦ୍‌ଘାଟନ ଏ ଅଂଚଳର ଜନସାଧାରଣ ତଥା ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଆନନ୍ଦ ଆଣିଦେଇଛି । ଦିବା ଘ.୧୧.୧୦ମି.ରେ ହୋଇଥିବା ଏହି ଉଦ୍‌ଘାଟନୀ ସମାରୋହ ପରେ ପୁରାତନ ଛାତ୍ର ତଥା ବିଧାୟକ ଶ୍ରୀ ମିଶ୍ର ସ୍କୁଲ ପରିସରରେ ଉପସ୍ଥିତ ଥିବା ପୁରାତନ ଛାତ୍ର, ସ୍କୁଲ କର୍ମଚାରୀ, ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ସ୍କୁଲର ଆଉ କିପରି ଉନ୍ନତି କରାଯାଇ ପାରିବ, ସେ ଉପରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ଆସିଥିବା ବିଭିନ୍ନ ପ୍ରସ୍ତାବକୁ ଶ୍ରୀ ମିଶ୍ର ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ବିଶେଷ କରି ପୂର୍ବରୁ ଥିବା ବିଜ୍ଞାନ ପରୀକ୍ଷାଗାର ତଥା ଷ୍ଟାଫ୍‌ କ୍ୱାର୍ଟର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇ ଥିବାରୁ ତାହା ପାଇଁ ଏକ ବ୍ୟୟ ଅଟକଳ ଶୀଘ୍ର ପ୍ରସ୍ତୁତ କରିବାକୁ ଉପସ୍ଥିତ ଥିବା ନିର୍ବାହୀଯନ୍ତ୍ରୀ ଶ୍ରୀ ଦାଶ ଏବଂ ସହକାରୀ-ଯନ୍ତ୍ରୀ ଶ୍ରୀ ମହାନନ୍ଦଙ୍କୁ ମୁଖ୍ୟ ଅତିଥି ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସ୍କୁଲର ପୁରାତନ କୋଠାର ଏକ ଅବିକଳ ନକଲ ସ୍କୁଲର ପ୍ଲାଟିନିୟମ୍‌ ଜୁବ୍‌ଲି ଗେଟ୍‌ ନିକଟରେ ନିର୍ମାଣ କରି ସ୍କୁଲଟି କିପରି ବାହାରୁ ଅତି ସୁନ୍ଦର ଦେଖାଯିବ, ସେ ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ପାଇଁ କୋ÷÷ଣସି ପ୍ରକାର ହଲ୍‌ କିମ୍ବା ରନ୍ଧା ଘରର ବ୍ୟବସ୍ଥା ନ ଥିବାରୁ ତାହା ଶୀଘ୍ର ନିର୍ମାଣ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହା ସହ ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ସହ କଥା ହୋଇ ସ୍କୁଲ ଭିତ୍ତିଭୂମି ପାଇଁ ଦରକାର ହେଉଥିବା ଅନୁଦାନର ବ୍ୟବସ୍ଥା ଶୀଘ୍ର କରି ଏହି ସ୍କୁଲକୁ ରାଜ୍ୟର ଏକ ଅଗ୍ରଣୀ ସରକାରୀ ସ୍କୁଲରେ ପରିଣତ କରାଯିବ ବୋଲି ଶ୍ରୀ ମିଶ୍ର ଦୃଢତାର ସହ କହିଥିଲେ । ଆଲୋଚନା ସମୟରେ ପୃଥ୍ୱୀରାଜ ହାଇସ୍କୁଲର ଷ୍ଟାଡିୟମ ଉପରେ ମଧ୍ୟ ଅନେକ ଉପାଦେୟ ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ସହ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀ, ଶିକ୍ଷକ ବିକାଶ ରଂଜନ ସାହୁ, ସଂଜୟ ଶତପଥି, ଅମିତ କୁମାର ବାଗ, ରାମ ଗୋପାଳ ଶର୍ମା, ରମାଇ ରଂଜନ ସା, ଚିତ୍ତ ରଂଜନ ଦାଶ, ବିକ୍ରମାନନ୍ଦ ବହିଦାର, ଜଗଦାନନ୍ଦ ଛୁରିଆ, ବ୍ରଜରାଜ ପୁରୋହିତ, ବିରେନ୍ଦ୍ର ବନଛୋର, ଅଶୋକ ମିଶ୍ର, ନୟନ ମହାନ୍ତି, ଅଖିଳ ହୋତା, ବ୍ୟାସଦେବ ନନ୍ଦ,ଅସୀତ ମିଶ୍ର, ଚିଣ୍ଟୁ ପଣ୍ଡା, ଜୟନାରାୟଣ ବହିଦାର, ସାନନ୍ଦ ମିଶ୍ର, ଅନ୍ତ ମଛଖଣ୍ଡ, ଟୁନା ସାହୁ, ଗୋପାଲ ମିଶ୍ର ପ୍ରମୁଖ ସାମିଲ ଥିଲେ । କାର୍ଯ୍ୟକ୍ରମ ଶେଷରେ ସେଠାରେ ଉପସ୍ଥିତ ଥିବା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ମହିଳାମାନେ ତାଙ୍କର ପାଉଣା ବୃଦ୍ଧି କରିବା ପାଇଁ ମୁଖ୍ୟ ଅତିଥିଙ୍କ ପାଖରେ ଦାବୀ କରିଥିଲେ ।

jittmm
Leave A Reply

Your email address will not be published.